ହୁ ହୁ ବଢ଼ୁଛି ପରିବା ଦର : ବନ୍ୟା ଯୋଗୁଁ ଫସଲ ହାନି ପରେ ଆକାଶ ଛୁଆଁ ପରିବା ଦର

487

କନକ ବ୍ୟୁରୋ : ବନ୍ୟା ପରେ ପରିବା ଦର ଆକାଶଛୁଆଁ । ଗତ ସପ୍ତାହରେ କଣାସ ଅଞ୍ଚଳରେ ବନ୍ୟା ପରେ ଲୋକଙ୍କ ଦୁର୍ଦଶା ବଢ଼ିଯାଇଛି । ନାନା ସମସ୍ୟା ଦେଇ ସ୍ଥାନୀୟ ଲୋକେ ଗତି କରୁଥିବାବେଳେ ପରିବା ଦର ହଠାତ ବଢ଼ିଯାଇଛି । ଗ୍ରାମାଞ୍ଚଳ ବଜାରରେ ମଧ୍ୟ ୪୦ ଟଙ୍କା ତଳେ କୌଣସି ପରିବା ମିଳୁନି । ଫଳରେ ଘର ଚଳାଇବା କଷ୍ଟକର ହୋଇପଡୁଛି । କଣାସରେ ବନ୍ୟା ଆସିବା ଫଳରେ ପରିବା ଚାଷ ପୂରା ଉଜୁଡ଼ି ଯାଇଛି ।

ନୁଆସାହି, ବାଙ୍କତଳ, ପାଣ୍ତିଆକେରା, ସିମିଳିପାଟଣା, ନାନକେରା, ବାଲିପାଟଣା, ବଡ଼ାସ, ବୈଦ୍ୟନାଥପାଟଣା, କଖାରୁବସ୍ତ, ଓସ୍ତପାରୀ, ଗଉଡପାଟଣା, ନୁଆ ଦୋକନ୍ଦା ଆଦି ଗ୍ରାମରେ ଚାଷୀମାନେ ବିଭିନ୍ନ ପ୍ରକାର ପରିବା ଚାଷ କରିଥାନ୍ତି । ଏହି ସବୁ ପରିବାକୁ ଚାଷୀମାନେ କଣାସ, ବିଜିପୁର, କରମଳା, ଗଡିଶାଗୋଦା, କଳାପଦର, ବାଲିପଡା, ଜଙ୍କିଆ, ଜଙ୍ଗାର, ମନ୍ଦାରବସ୍ତ ଆଦି ହାଟରେ ବିକ୍ରି କରିଥାନ୍ତି। ଚଳିତ ବନ୍ୟା ଓ ବର୍ଷା ଫଳରେ ପରିବା ଚାଷ ଉଜୁଡ଼ି ଯାଇଥିବାରୁ ଏହି ସବୁ ହାଟରେ ପରିବା ଦର ମହଙ୍ଗା ହୋଇଯାଇଛି ।