ଆଉ ହାଟବଜାରକୁ ଯିବାକୁ ପଡ଼ିବନି : ଗୋଟିଏ କ୍ଲିକରେ ଘରେ ପହଞ୍ଚି ଯାଉଛି ଗଛରୁ ତୋଳା ହୋଇଥିବା ସଜ ପନିପରିବା, ସୁବିଧା ଉପାଇପାରିବେ ଭୁବନେଶ୍ୱରବାସୀ

979

କନକ ବ୍ୟୁରୋ : ଅନଲାଇନରେ ଉପଲବ୍ଧ ତଟକା ପନିପରିବା । ଆଉ ହାଟ ବଜାରକୁ ନଯାଇ ଘରେ ଥାଇ ଅଡ଼ର କରିପାରିବେ ସବୁଜ ପରିବା । ରାଜଧାନୀବାସଙ୍କୁ ସଜ ପରିବା ଯୋଗାଇବା ପାଇଁ ଆରମ୍ଭ ହୋଇଛି pannipariba.com । ଏବେ ରାଜଧାନୀବାସୀ ଗୋଟିଏ କ୍ଲିକରେ ପାଇପାରିବେ ଗଛରୁ ତୋଳା ଯାଇଥିବା ତଟକା ସବୁଜ ପନିପରିବା । ଘରେ ଘରେ ତାଜା ପରିବା ପହଞ୍ଚାଉଛି ଏହି ପୋର୍ଟାଲ । ତେବେ ସବୁଠାରୁ ବଡ଼ କଥା ହେଉଛି ଅଡ଼ର ଦେବାର ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ପାଖରେ ପହଞ୍ଚିଯିବ ପରିବା ।

ହାଟ ବଜାର ଯିବାକୁ ସମୟର ଅଭାବ । ଆଉ ଚିନ୍ତା ନାହିଁ । ରାଜଧାନୀବାସୀଙ୍କ ପାଇଁ ଆରମ୍ଭ ହେଲା pannipariba.com ପୋର୍ଟାଲ । ଆଗ୍ରହୀ ଗ୍ରାହକଙ୍କୁ ମନ ପସନ୍ଦର ପରିବା ଯୋଗାଇବା ପାଇଁ pannipariba.comପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି । ଆପଣଙ୍କ ଘରେ ହୋମ ଡେଲିଭରି ହୋଇଯିବ ସଜ ପରିବା । ଚାଷୀଙ୍କ ଠାରୁ ସିଧାସଳଖ ପରିବା କିଣି ସଠିକ ଗୁଣମାନର ପରିବା ଲୋକଙ୍କ ପାଖରେ ପହଞ୍ଚାଉଛି ଏହି ପୋର୍ଟାଲ । ତେବେ ଏହି ପ୍ରୟାସ ଦ୍ୱାରା ଚାଷୀ ଶୋଷଣରୁ ବଞ୍ଚିବା ସହ ଭଲ ଦୁଇପଇସା ପାଇପାରିବେ । ସବୁବେଳେ ଶୋଷର ଶିକାର ହେଉଥିବା ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ ।

କେବଳ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏହି ସୁବିଧା । ଭବିଷ୍ୟତରେ ଓଡ଼ିଶା ସହ ଆଉ ୫୬ଟି ସହରରେ ଏହି ପୋର୍ଟାଲ ସେବା ଯୋଗାଇବାର ଲକ୍ଷ୍ୟ ରଖିଛି । ସମାଜସେବୀ ଡଃ ରଞ୍ଜନ କୁମାର ସାହୁଙ୍କ ଦ୍ୱାରା ଆରମ୍ଭ ହୋଇଛି ଏହି ପୋର୍ଟାଲ ।

ତେବେ ଏହି ପୋର୍ଟାଲରୁ ପରିବା କିଣିବା ପାଇଁ ଗ୍ରାହକ ପ୍ରଥମେ ନିଜ ନାମ ପଞ୍ଜିକରଣ କରିବେ । ଅତି କମରେ ୨୦୦ ଟଙ୍କାର ପରିବା କିଣିଲେ ବିନା ସିପିଂ ଚାର୍ଜରେ ହୋମ ଡେଲିଭରି ହେବ ପରିବା । ୨୦୦ ଟଙ୍କାରୁ କମ ମୂଲ୍ୟର ପରିବାର କିଣିଲେ ୩୦ ଟଙ୍କା ସିପିଂ ଚାର୍ଜ ଦେବାକୁ ପଡ଼ିବ । ପୋର୍ଟାଲ ପକ୍ଷରୁ ଘରେ ପରିବା ପହଞ୍ଚିବା ପରେ ହିଁ ନିଆଯିବ ଟଙ୍କା । ଗ୍ରାହକ ଚାହିଁଲେ ଅଗ୍ରୀମ ଟଙ୍କା ଦେଇ ମଧ୍ୟ ପରିବା କିଣିପାରିବେ । ଏବଂ ରାଜଧାନୀବାସୀଙ୍କୁ କୋଲ୍ଡ ଷ୍ଟୋରେଜର ନୁହେଁ ତାଜା ପନିପରିବା ମିଳିପାରୁଛି ।

ପ୍ରତିଦିନ ଚାଷୀଙ୍କ ଠାରୁ ପରିବା କିଣିବା ପରେ ରାଜଧାନୀଙ୍କ ବାସୀଙ୍କ ତାଜା ପରିବା ଯୋଗାଇ ଦିଆଯାଉଛି । ଏହି ପୋର୍ଟାଲ ଯୋଗାଉଥିବା ବିନା ରାସାୟନିକ ସାର ପ୍ରୟୋଗରେ । ଭୁବନେଶ୍ୱର ଆଖପାଖ ଅଞ୍ଚଳରର ୫୦ ଚାଷୀଙ୍କୁ ଏଥିରେ ଯୋଡ଼ାଯାଇଛି । ସେମାନଙ୍କ ଠାରୁ ପରିବା କିଣାଯାଇ ଲୋକଙ୍କୁ ଯୋଗାଇ ଦିଆଯାଉଛି । ଚାଷୀଙ୍କ ଠାରୁ ସିଧାସଳଖ ପରିବା କିଣୁଥିବାରୁ ।

ଆଉ ଏକ ବଡ଼ କଥା ହେଲା ଏହାର ପ୍ୟାକେଜିଂ ପାଇଁ ବ୍ୟବହାର ହେଉଛି ପରିବେଶ ଉପଯୋଗୀ ତଥା ସହଜରେ ମାଟିରେ ମିଶିଯାଉଥିବା ସାମଗ୍ରୀ । ପରିବେଶ ପ୍ରତି ଧ୍ୟାନ ରଖି ଏପରି ବ୍ୟବସ୍ଥା କରାଯାଇଛି ।