ଟଙ୍କା ଖର୍ଚ୍ଚ କରି ବିଷ କିଣୁଛନ୍ତି ରାଜଧାନୀବାସୀ : ଦିଲ୍ଲୀ ବଜାରରେ ମିଳୁଥିବା ସବୁଜ ପରିବାରେ ରହିଛି ବିଷାକ୍ତ ତତ୍ତ୍ୱ

326

କନକ ବ୍ୟୁରୋ : ତଟକା ପରିବାରେ ବିଷ । ଟଙ୍କା ଖର୍ଚ୍ଚ କରି ଦିଲ୍ଲୀବାସୀ ବିଷ କିଣୁଛନ୍ତି । ଗୋଟିଏ ପଟେ ବିଷ ବଳୟରେ ରାଜଧାନୀବାସୀ ସନ୍ତୁଷି ହେଉଛନ୍ତି,ଆଉ ଏପଟେ ପରିବାରେ ଜହର ବୋଝ ଉପରେ ନଳିତା ବିଡ଼ା ଦିଲ୍ଲୀର ଯମୁନା ଜଳପ୍ରପାତ ନିକଟରେ ଫଳୁଥିବା ପନିପରିବାରେ ଅଧିକ ପରିମାଣର ସୀମା ମିଳୁଥିବା କଥା ଏକ ଅଧ୍ୟୟନରୁ ଜଣାପଡ଼ିଛି । ଦୀର୍ଘ ଦିନ ଧରି ଏଭଳି ପନିପରିବା ଖାଇଲେ କର୍କଟ ରୋଗ ଓ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍କ ଅକାମୀ ହେବାର ସମ୍ଭାବନା ଅଧିକ ରହିଛି ।

ସୁସ୍ଥ ଶରୀର ପାଇଁ ରାଜଧାନୀବାସୀ ଖାଉଥିବା ସବୁଜ ପରିବା ବିଷାକ୍ତ । ନ୍ୟାସନାଲ ଏନଭାରମେଣ୍ଟାଲ ଇଞ୍ଜିନୟରିଂ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏପରି ସାଂଘାତିକ ତଥ୍ୟ ଆସିଛି । ବଷାକ୍ତ ତତ୍ୱ ଥିବା ପରିବାକୁ ଆରଜାଦପୁର, ଗାଜିପୁର ଓ ଓଖଲାର ବଡ଼ ବଡ଼ ପାଇକାରୀ ବଜାରକୁ ପଠାଯାଊଛି । ଆଉ ସେଠାରୁ ସମଗ୍ର ସହରର ଛୋଟବଡ଼ ସାପ୍ତାହିକ ହାଟ ଓ ପରିବା ଦୋକାନକୁ ଯୋଗାଇ ଦିଆଯାଉଛି ।

ପୂର୍ବ ଦିଲ୍ଲୀର ଗୀତା କଲୋନିରୁ ସଂଗୃହୀତ ଧନିଆପତ୍ରରେ ସବୁଠୁ ଅଧିକ ସୀସା ଥିବା କଥା ଜଣାପଡ଼ିଛି। କେବଳ ବନ୍ଧାକୋବିକୁ ଛାଡ଼ି ଦେଲେ ଦୋକାନ ମାନଙ୍କରୁ ସଂଗ୍ରହ କରାଯାଇଥିବା ସମସ୍ତ ପନିପରିବାରେ ମାତ୍ରାଧିକ ସୀସା ଥିବା ଜଣାପଡ଼ିଛି। ପ୍ରତି କିଲୋ ପାଳଙ୍ଗ ଶାଗରେ ସୀସାର ପରିମାଣ ୧୪. ୧ ମିଲିଗ୍ରାମ୍ ମିଳିଛି ।  ଫୁଡ୍ ସେଫଟି ଆଣ୍ଡ୍ ଷ୍ଟାଣ୍ଡର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ ଧାର‌୍ୟ୍ୟ କରିଥିବା ନିରାପଦ ସୀସାର ପରିମାଣ ହେଉଛି କିଗ୍ରା ପ୍ରତି ୨. ୫ ମିଲିଗ୍ରାମ୍ । ବିଭିନ୍ନ ଅଞ୍ଚଳରୁ ଅନ୍ୟୂନ ସାତ ପ୍ରକାରର ଶୀତଦିନିଆ ପରିବା ସଂଗ୍ରହ କରି ସେଥିରେ ଥିବା ସୀସା, ପାରଦ, ନିକେଲ୍ ଏବଂ କାଡ୍ମିମମ୍ର ପରିମାଣ ଯାଞ୍ଚ କରିଥିଲା ‘ନେସ୍ନାଲ୍ ଏନ୍ଭାଇରନ୍ମେଣ୍ଟାଲ୍ ଇଞ୍ଜିନିୟରିଙ୍ଗ୍ ରିସର୍ଚ ଇନିଷ୍ଟିଚ୍ୟୁଟ୍ । ଏଥିରୁ ସୀସାର ପରିମାଣ ରହିଛି ସବୁଠୁ ଅଧିକ ।

ଅଧିକ ଧାତୁ ଜନିତ ବିଷକ୍ରିୟା ଯୋଗୁଁ ଶରୀରରେ ଶକ୍ତିସ୍ତର ହ୍ରାସ ପାଇବା ସହ ମସ୍ତିଷ୍କ, ଫୁସ୍ଫୁସ୍, ବୃକକ ଏବଂ ଯକୃତ୍ର କାର୍ଯ୍ୟଦକ୍ଷତା ନଷ୍ଟ ହୋଇଥାଏ । ଏଥିଯୋଗୁଁ ରକ୍ତର ମିଶ୍ରଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟ ଅକାମୀ ହୋଇପାରେ । ଦୀର୍ଘ ଦିନ ଧରି ଏହି ପରିବାପତ୍ର ଖାଇଲେ କର୍କଟ ରୋଗ ହେବାର ସମ୍ଭାବନା ମଧ୍ୟ ଏଡ଼ାଇ ଦିଆଯାଇ ନପାରେ।