ବାତ୍ୟା ‘ଫୋନି’ ପରେ ପରିବା ବଜାରରେ ନିଆଁ : କଟକ ଛତ୍ରବଜାର ପରିବା ମାର୍କେଟରେ ଟମାଟୋ ଓ କଲରା କିଲୋ ୫୦ରୁ ୬୦ ଟଙ୍କା

149

କନକ ବ୍ୟୁରୋ : ବାତ୍ୟା ଫୋନୀ ପରେ ପରିବା ବଜାରରେ ଲାଗିଛି ନିଆଁ । କଟକ ଛତ୍ରବଜାର ପରିବା ମାର୍କେଟରେ ଦର ଏବେ ଆକାଶ ଛୁଆଁ । ଆଳୁ ପିଆଜ କିଲୋ ପ୍ରତି ୧୫ ଟଙ୍କା ଥିବା ବେଳେ ସବୁଜ ପରିବା ଦାମ୍ ଅଧିକ ରହିଛି । ଦେଶୀ ପୋଟଳ କିଲୋ ପ୍ରତି ୬୦ ଟଙ୍କା ଥିବା ବେଳେ ଚାଲାଣ ପୋଟଳ ୪୦ ଟଙ୍କା ରହିଛି । ସେହିପରି ବିଲାତି କିଲୋ ପ୍ରତି ୫୦ ରୁ ୬୦ ଟଙ୍କା, ଭେଣ୍ଡି ୩୦ ରୁ ୩୫ ଟଙ୍କା ରହିଛି । କଲରା କିଲୋ ପ୍ରତି ୬୦ ଟଙ୍କା, ବାଇଗଣ ୪୦ ଟଙ୍କାରେ ବିକ୍ରି ହେଉଛି ।

କଖାରୁ କିଲୋ ପ୍ରତି ୨୦ ଟଙ୍କା ଥିବା ବେଳେ କାଙ୍କଡ ରହିଛି ୪୦ ଟଙ୍କା । ବାତ୍ୟା ଫୋନୀରେ ପରିବା ଚାଷ ବିଶେଷ କ୍ଷତି ହୋଇଥିବାରୁ ବଜାରରେ ପରିବାର ଅଭାବ ରହିଛି । ମାର୍କେଟ ଚାହିଦା ଅନୁସାରେ ପରିବା ଗାଡି ଆସୁନଥିବାରୁ ପରିବା ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ସେପଟେ ଦର ଅଧିକ ଥିବାରୁ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ବାଲଶ୍ୱରରେ ମଧ୍ୟ ପନିପରିବାରେ ହାତ ଲଗେଇ ହେଉନାହିଁ । ଗରମ ବଢିବା ସହ ପରିବା ଦର ମଧ୍ୟ ତାଳ ଦେଇ ବଢୁଛି । ବାଲେଶ୍ୱରରେ ଟମାଟୋ ଦର ୭୦ରୁ ୮୦ ଟଙ୍କା ଥିବା ବେଳେ ଛୋଟ ଛୋଟ ଫୁଲ କୋବି ୫୦ରୁ ୬୦ ଟଙ୍କା ରହିଛି । ସେହିଭଳି କାକୁଡି କିଲୋ ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି ।