ଟ୍ରାଫିକ୍ ପୋଷ୍ଟ ପାଖରେ ପ୍ରଶଂସକଙ୍କ ସହ ସେଲ୍ଫି ନେବା ପଡ଼ିଲା ମହଙ୍ଗା ! ବରୁଣ ଧାୱନଙ୍କୁ ଚେତାବନୀ ଦେଲା ମୁମ୍ବାଇ ପୋଲିସ୍

45

ସିନେ ତାରକା ମାନେ ତାଙ୍କ ଦାୟତ୍ୱକୁ ଭଲରେ ବୁଝିବା ଦରକାର । ନା କେବଳ ପ୍ରଶଂସକଙ୍କ ପ୍ରତି ସମାଜ ପ୍ରତି ମଧ୍ୟ ସଚେତନ ହେବା ଉଚିତ୍ । ପ୍ରସଂଶକଙ୍କ କୌଣସି ପ୍ରକାର ଦାବିକୁ ପୂରୁଣ କରିବା କିଛି ଆବଶ୍ୟକ ନୁହେଁ କାରଣ ଏପରି କରିବା ଦ୍ୱାରା ତାଙ୍କର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇପାରେ । ଏହିପରି କିଛି ହୋଇଛି ‘ଜୁଡ଼ୱା-୨’ ର ଷ୍ଟାର ବରୁଣ ଧୱନଙ୍କ ସହ । ଯାହା ତାଙ୍କୁ ଅଡ଼ୁଆରେ ମଧ୍ୟ ପକାଇଛି । ସୂଚନା ଅନୁସାରେ ଏକ ଟ୍ରାଫିକ ସିଂଗନାଲ ପାଖରେ ତାଙ୍କର ଜଣେ ପ୍ରସଂଶକଙ୍କ ଅନୁରୋଧ ଟାଳି ନପାରି, ବରୁଣ ସେଲ୍ଫି ନେବା ପାଇଁ ରାଜି ହୋଇଯାଇଥିଲେ । ତାଙ୍କ ଏହି କାରନାମାକୁ ଦେଖିନେଇଥିଲେ ମୁମ୍ବାଇ ପୋଲିସ୍ । ଏବଂ ଏଥିପାଇଁ ବରୁଣଙ୍କ ବିରୋଧରେ ଅନ୍ୟ ସାଧାରଣ ଲୋକଙ୍କ ପରି ମୁମ୍ବାଇ ପୋଲିସ୍ ପରି ଚାଲାଣ କାଟିଥିଲେ । ଭବିଷ୍ୟତରେ ଏପରି ଭୁଲ ନକରିବା ପାଇଁ ତାଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ । କେବଳ ଏତିକି ନୁହେିଁ, ଏକଥା ନିଜେ ମୁମ୍ବାଇ ପୋଲିସ୍ ଟ୍ୱିଟରରେ ସେୟାର କରିଛନ୍ତି ।

ମୁମ୍ବାଇ ପୁଲିସର ଅଧିକାରୀ ଟୁଇଟର ହେଣ୍ଡେଲରେ ଏକ ପତ୍ରିକାରେ ପ୍ରକାଶିତ ହୋଇଥିବା ଖବରକୁ ସ୍ନାପସଟ୍ ମାରି ସେୟାର କରିଛନ୍ତି । ଯେଉଁଥିରେ ବରୁଣ ତାଙ୍କ ପ୍ରସଂଶକଙ୍କ ସହ ଫୋଟ ଉଠାଇଥିବା ଦେଖାଯାଇଛି । ବରୁଣ ନିଜ କାରର ବାହାରକୁ ଆସି ଏକ ମହିଳା ପ୍ରସଂଶକ ସହ ଏକ ଅଟୋ ସାମ୍ନାରେ ଫୋଟ ଉଠାଉଥିବା ଦେଖାଯାଇଛି । ଟ୍ୱଟରରେ କୁହାଯାଇଛି କୁହଯାଇଛି ଏପରି କିରବା ଦ୍ୱାରା ବରୁଣ ନିଜର ଓ ପ୍ରଶଂସକଙ୍କ ଜୀବନକୁ ବିପଦରେ ପକାଇଛନ୍ତି । ପୁନର୍ବାର ଏପରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି ମୁମ୍ବାଇ ପୋଲିସ୍ ।