ବାରଣାସୀରେ ପାକିସ୍ତାନ ବିରୋଧରେ ଗର୍ଜିଲେ ମୁସଲିମ୍ ସଂପ୍ରଦାୟ : ପାକିସ୍ତାନ ମୁର୍ଦ୍ଦାବାଦ ନାରାରେ କମ୍ପିଲା ଶୋଭାଯାତ୍ରା

406

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଜୋର ଧରିଛି ପାକିସ୍ତାନ ବିରୋଧୀ ସ୍ୱର । ବାରଣାସୀରେ ଆଜି ଶତାଧିକ ମୁସଲିମ୍ ସଂପ୍ରଦାୟର ଲୋକ ପାକିସ୍ତାନ ବିରୋଧରେ ଶୋଭାଯାତ୍ରା କରିଛନ୍ତି । ଶୋଭାଯାତ୍ରାରେ ପାକ୍ ବିରୋଧୀ ନାରା ଦେଇଛନ୍ତି ମୁସଲିମ୍ ସଂପ୍ରଦାୟର ଲୋକ । ପାକିସ୍ତାନ ଏବେ ବିଶ୍ୱ ପାଇଁ ବିପଦ ବୋଲି ସମସ୍ତେ ମତ ରଖିଛନ୍ତି । ପିଲା ଠାରୁ ଆରମ୍ଭ କରି ମହିଳା ସମସ୍ତ କହିଛନ୍ତି ସମସ୍ତଙ୍କ ପାଇଁ ପାକ୍ ଏବେ ବିପଦ । ପାକିସ୍ତାନ ପାଇଁ ହିଁ ଲୋକେ ମୁସଲମାନମାନଙ୍କୁ ଭିନ୍ନ ଚକ୍ଷୁରେ ଦେଖୁଛନ୍ତି ।

ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ପାକିସ୍ତାନ ଭାରତ ବିରୋଧରେ ବିଷୋଦଗାର କରି ପରମାଣୁ ଅସ୍ତ୍ର ବ୍ୟବହାର କରିବାର ଧମକ ଦେଇଛି । ଶୋଭାଯାତ୍ରା କରିବା ସହ ଲୋକମାନେ ପାକିସ୍ତାନର ଗଜନିଭ୍ ଓ ଘୋରୀ ମିଜାଇଲର କୁଶପୁତଳିକା ଦାହ କରିଛନ୍ତି । ମିଳିତ ଜାତିସଂଘର ଏକ ପ୍ରତିନିଧି ଦଳ ପାକିସ୍ତାନ ଗସ୍ତ କରି ଏହାର ପରମାଣୁ ଅସ୍ତ୍ର ଯାଂଚ କରିବା ଦରକାର ବୋଲି ଦାବି ହୋଇଛି ।