ଉତ୍ତରପ୍ରଦେଶ ଗୋଣ୍ଡାରେ ଅଭିନବ ପ୍ରୟାସ ! ଖୋଲାରେ ମଳତ୍ୟାଗ ରୋକିବ ବୃକ୍ଷ

Advertisment
ଉତ୍ତରପ୍ରଦେଶ ଗୋଣ୍ଡାରେ ଅଭିନବ ପ୍ରୟାସ ! ଖୋଲାରେ ମଳତ୍ୟାଗ ରୋକିବ ବୃକ୍ଷ

photo courtesy - google

ଖୋଲାରେ ମଳତ୍ୟାଗ ରୋକିବାକୁ ଉତ୍ତର ପ୍ରଦେଶ ଗୋଣ୍ଡାରେ ଅଭିନବ ପ୍ରୟାସ । ସେଠାରେ ଯେଉଁ ଯେଉଁ ସ୍ଥାନରେ ଖୋଲାରେ ମଳତ୍ୟାଗ କରାଯାଉଛି ସେଠାରେ ବର , ନିମ୍ବ , ତୁଳସୀ ଓ ବେଲ ପରି ଧାର୍ମିକ ମହତ୍ୱ ଥିବା ପବିତ୍ର ବୃକ୍ଷ ରୋପଣ କରାଯାଉଛି । ସ୍ୱଚ୍ଛ ଭାରତ ସର୍ଭେରେ ଗୋଣ୍ଡାକୁ ଦେଶର ସବୁଠୁ ଅପରିଚ୍ଛନ୍ନ ସହର ଭାବେ ବିବେଚିତ କରାଯାଇଥିଲା ।

ଏନେଇ ଏଠାରେ ୧୬ଟି ବ୍ଲକରେ ଥିବା ୮୦ଟି ଗାଁରେ ଏହି ଅଭିନବ ଅଭିଯାନ ଆରମ୍ଭ ହୋଇଯାଇଛି । କୁହାଯାଉଛି ଏଠାରେ ଲୋକଙ୍କ ଘରେ ଶୌଚାଳୟ ଥିଲେ ବି ସେମାନେ ଖୋଲାରେ ଶୌଚ ହେବାକୁ ଯାଆନ୍ତି । ତେଣୁ ଏସବୁ ଅଭ୍ୟାସ ବଦଳାଇବାକୁ ପବିିତ୍ର ବୃକ୍ଷ ଲଗାଯାଉଛି । ନିକଟରେ ଏମିତି କେତେକ ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟର କାନ୍ଥରେ ଦେବାଦେବୀ ଚିତ୍ର ଲଗାଇଥିଲେ ଯେମିତି ଲୋକମାନେ ପାନଛେପ କିମ୍ବା ପରିସ୍ରା କରି କାନ୍ଥ ଅପରିଷ୍କାର କରିପାରିବେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe