କନକ ବ୍ୟୁରୋ : ପାଣି ସହ ମାଟି ଧସି ବହିଗଲା ଯାତ୍ରୀବାହୀ ବସ୍ । କ୍ୟାମେରାରେ କଏଦ୍ ହେଲା ଭୂସ୍ଖଳନର ଲାଇଭ୍ ଦୃଶ୍ୟ । ଏପରି ଘଟଣା ଘଟିଛି ଉତ୍ତରାଖଣ୍ଡ ବାଗେଶ୍ୱରର । ଯେଉଁଠି ପ୍ରବଳ ବର୍ଷା ଯୋଗୁ ହୋଇଛି ଭୂସ୍ଖଳନ । ଆଉ ଅଚାନକ ଆସିଥିବା ଏହି ଭୂସ୍ଖଳନରେ ଏକ ଯାତ୍ରୀବାହୀ ବସ୍ ରାସ୍ତା ଉପରୁ ମାଟି ଅତଡା ସହ ପ୍ରାୟ ୨୫ ମିଟର ତଳକୁ ଖସି ଯାଇଥିଲା । ବସରେ ମୋଟ ୨୦ ଜଣ ଯାତ୍ରୀ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ବାଗେଶ୍ୱରରୁ ଅଲମୋଡା ଯାଉଥିବା ବେଳେ ପାହାଡିଆ ରାସ୍ତାରେ ବସଟି ଏହି ଅଘଟଣର ଶିକାର ହୋଇଥିଲା । ରାସ୍ତା ଉପରୁ ଧିରେ ଧିରେ ବସଟି ତଳକୁ ଖସୁଥିବା ବେଳେ ଭିତରେ ଥିବା ଯାତ୍ରୀମାନେ ପ୍ରାଣ ଭୟରେ ଆତଙ୍କିତ ହୋଇ ପଡିଥିଲେ । ତେବେ ଡ୍ରାଇଭର ଜଣକ ବସକୁ ସାହସର ସହ ନିୟନ୍ତ୍ରଣ କରିଥିଲେ । ଯେଉଁଥି ପାଇଁ ଏକ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବଂଚି ଯାଇଛନ୍ତି ଯାତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/vlcsnap-2017-08-06-11h21m07s727.png)