କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ବନ୍ୟା । ଉତ୍ତର ଭାରତରେ ପ୍ରବଳ ବର୍ଷା କାରଣରୁ ଉତ୍ତରାଖଣ୍ଡରେ ବନ୍ୟା ପରିସ୍ଥିିତି ସୃଷ୍ଟି ହୋଇଛି । ପିଥୋରାଗଡ, ଧାରଚୁଳା ଓ ଅଲମୋଡାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ଲଗାତର ବର୍ଷା ଓ ବି ପାଣି ଯୋଗୁଁ ଘରଦ୍ୱାର ଭାଙ୍ଗିଯାଇଛି । ପିଥୋରାଗଡରେ ବାଦଲ ଫଟା ବର୍ଷା ଯୋଗୁଁ ଘରଦ୍ୱାର ଭାଙ୍ଗିଯିବା ସହ ପୋଲ ଧୋଇଯାଇଛି । ଉଦ୍ଧାର କାର୍ଯ୍ୟରେ ଏସଡିଆରଏଫ ଓ ଏନଡିଆରଏଫକୁ ନିୟୋଜିତ କରାଯାଇଛି । ପାହାଡି ଅଂଚଳରେ ଲଗାତର ବର୍ଷା ଯୋଗୁଁ ନଦୀ ଗୁଡିକ ବିପଦ ସଙ୍କେତ ଉପରେ ପ୍ରଭାବିତ ହେବା ସହ ଜଳସ୍ତର ବଢିବାରେ ଲାଗିଛି । ବିଭିନ୍ନ ଅଂଚଳ ଏବେବି ଜଳମଗ୍ନ ହୋଇରହିଛି ।
ଉତ୍ତରାଖଣ୍ଡରେ ବନ୍ୟା ! ପିଥୋରାଗଡ, ଧାରଚୁଳା, ଅଲମୋଡାରେ ପରିସ୍ଥିତି ସଙ୍ଗୀନ
/kanak/media/post_attachments/wp-content/uploads/2017/08/vlcsnap-2017-08-10-10h26m03s291.png)