କନକ ବ୍ୟୁରୋ : କଂଗ୍ରେସ ମହାସଚିବ ତଥା ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ମାନବିକତାର ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଜଣେ ଟ୍ୟୁମର ପୀଡ଼ିତା ବାଳିକା ଆଡ଼କୁ ସେ ସାହାଯ୍ୟର ହାତ ବଢ଼ାଇଛନ୍ତି । ବ୍ୟକ୍ତିଗତ ବିମାନରେ ଟ୍ୟୁମର ଆକ୍ରାନ୍ତ ବାଳିକାକୁ ଏମ୍ସରେ ପଠାଇବା ସହ ମେଡ଼ିକାଲରେ ଭର୍ତ୍ତି ହେବା ସମୟରେ ସେଠାରେ ଉପସ୍ଥିତ ମଧ୍ୟ ଥିଲେ ।
ସୂଚନା ଅନୁସାରେ ଆଲହାବାଦର କମଳା ନେହରୁ ମେଡ଼ିକାଲରେ ଟ୍ୟୁମର ପୀଡ଼ିତ ବାଳିକା ଜଣକ ଚିକିତ୍ସିତ ହେଉଥିଲେ । ଦୁର୍ଭାଗ୍ୟବଶତଃ ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଅସୁନଥିଲା । ପରିବାର ଲୋକେ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ । ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁଁ ପରିବାର ଲୋକ ଚିନ୍ତାରେ ପଡ଼ିଯାଇଥିଲେ ।
ଅନ୍ୟଉପାୟ ନପାଇ ପ୍ରିୟଙ୍କା ଗାନ୍ଧୀଙ୍କୁ ସାହାଯ୍ୟ ପାଇ ଆକୁଳ ନିବେଦନ କରିଥିଲେ ପରିବାର ଲୋଗ । ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ସହାୟତାର ହାତ ବଢ଼ାଇଲେ ପ୍ରିୟଙ୍କା ଗାନ୍ଧୀ । ସୂଚନା ଅନୁସାରେ ତିଲେମାତ୍ରେ ବିଳମ୍ବ ପକରି ବ୍ୟକ୍ତିଗତ ବିମାନରେ ଏମ୍ସ ପଠାଇଥଲେ ।