କନକ ବ୍ୟୁରୋ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର କୋର୍ଟ ପରିସରରରେ ବିସ୍ଫୋରଣ  । ଏହି ବିସ୍ଫୋରଣ ଲକ୍ଷ୍ନୌର ବଜୀରଗଞ୍ଜ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ବିସ୍ଫୋରଣରେ ଜଣେ ଓକିଲ ଆହତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି  । କୋର୍ଟ ପରିସରରୁ ୩ଟି ବୋମା ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Advertisment

ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି  । ଆଗକୁ କୋର୍ଟରେ ହେବ ନିର୍ବାଚନ । ସେହି କାରଣରୁ ଆକ୍ରମଣ ହୋଇଥାଇପାରେ ବୋଲି ସୂଚନା ମିଳିଛି । ଅଦାଲତରେ ଉପସ୍ଥିତ ଥିବା ଜଣେ ଓକିଲଙ୍କୁ ଆକ୍ରମଣ କରିବା ପାଇଁ ଏହି ବୋମା ଫୁଟାଯାଇଛି ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ।

ବୋମା ବିସ୍ଫୋରଣ ପରେ କୋର୍ଟରେ ବଡ଼ ଗୋଳମାଳିଆ ପରିସ୍ଥିତି ଉପୁଜିଥିଲା । ଦୁଇ ଓକିଲଙ୍କ ବ୍ୟକ୍ତିଗତ ବିବାଦ ପାଇଁ ଏହି ବସ୍ଫୋଟଣ ଘଟିଛି ହୋଇଛି । ଜିତୁ ଯାଦବ ନାମକ ବ୍ୟକ୍ତି କୋର୍ଟ ପରିସରକୁୁ ବୋମା ଫୋପାଡ଼ିଥିବା ସୂଚନା ମିଳିଛି ।