ଗୁଗଲ ଆପଣଙ୍କ ସ୍ମୃତି ଶକ୍ତି କମ୍ କରୁଛି ! ବିଶ୍ୱାସ ହେଉନି ତ ଗୁଗଲ କରନ୍ତୁ

127

ଗୁଗଲ ବ୍ୟବହାର କରୁଛନ୍ତି କି ? ଆପଣ ଭାବୁଥିବେ ଏ କିପରି ପ୍ରଶ୍ନ । କାରଣ ଆଜିକା ସମୟରେ ବୋଧହୁଏ ଏପରି ଲୋକ ଥିବେ ଯିଏ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ଗୁଗୁଲ ବ୍ୟବହାର କରୁନଥିବ । କିଛି ବି ତଥ୍ୟ ଜଣାନଥିଲେ ଆମେ ଗୁଗଲ ବ୍ୟବହାର କରୁ । ବର୍ତ୍ତମାନ ସମୟରେ ଆମେ ବହି ପଢ଼ିବା ଅପେକ୍ଷା ଗୁଗଲରୁ ତଥ୍ୟ ସଂଗ୍ୟହ କରିବା ପାଇଁ ଅଧିକ ପସନ୍ଦ କରୁଛୁ । ତେବେ ଜାଣନ୍ତି କି ଗୁଗୁଲ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସ୍ମୃତିଶକ୍ତି ହ୍ରାସ ପାଉଛି ।

ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ବିଶେଷଜ୍ଞ କହିଛନ୍ତି, ଗୁଗଲ ବ୍ୟବହାର କରୁଥିବା ଲୋକଙ୍କ ସ୍ମୃତିଶକ୍ତି ଉପରେ ବିପଦ ମାଡ଼ି ଆସୁଛି । ଆମେ କୌଣସି ତଥ୍ୟ ପାଇଁ ନିଜେ ଚିନ୍ତା କରିବା ପରିବର୍ତ୍ତେ ଗୁଗଲ ସର୍ଚ୍ଚ କରିବା ଦ୍ୱାରା ସ୍ମୃତିଶକ୍ତି ଦୁର୍ବଳ ହେବାର ଆଶଙ୍କା ରହିଛି । ସେମାନଙ୍କୁ ଭୁଲିବାର ରୋଗ ହୋଇପାରେ । ବିଶେଷଜ୍ଞଙ୍କ କହିବା ଅନୁସାରେ ମସ୍ତିସ୍କ ଉପରେ ଜୋର ଦେଇ କୌଣସି ତଥ୍ୟ ବିଷୟରେ ଜାଣିବା ଶରୀର ପାଇଁ ଲାଭପ୍ରଦ । କିନ୍ତୁ ଇଂଟରନେଟ୍ ଯୁଗରେ ଅଧାରୁ ଅଧିକ କାମ ଇଂଟରନେଟ୍ ହିଁ କରିଦେଉଛି । ଆମକୁ କିଛି ପରିଶ୍ରମ କରିବା ପାଇଁ ପଡ଼ୁନି । କିଛି ତଥ୍ୟ ଜାଣିବା ପାଇଁ ଚାହିଁଲେ ସଙ୍ଗେ ସଙ୍ଗେ ଆମେ ଗୁଗଲ କରୁଛୁ ।

ବର୍ତ୍ତମାନ ସମୟରେ ଆମେ ଯଦି କିଛି ଜାଣିବା ପାଇଁ ଚାହୁଁଛୁ, ଆମେ ଉକ୍ତ ସମ୍ମନ୍ଧୀୟ ଜ୍ଞାନ ଆହରଣ ପାଇଁ ଇଂଟରନେଟରେ ଖୋଜୁଛନ୍ତି । ୨୦୧୫ରେ ହୋଇଥିବା ଅନୁମାନ ଅନୁସାରେ ସ୍ମୃତି ଶକ୍ତି ହରାଇଥିବା ରୋଗୀ ସଂଖ୍ୟା ସାଢ଼େ ୪ କୋଟି ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ୧୯୯୦ ତୁଳନାରେ ଦୁଇ ଗୁଣ ବୃଦ୍ଧି ପାଇଛି । ଆଧୁନିକ ଜୀବନଶୈଳୀ ମଧ୍ୟ ଏପରି ରୋଗ ବୃଦ୍ଧି କରୁଛି । ବ୍ୟାୟାମ ନକରିବା ଦ୍ୱାରା, ଜଙ୍କ୍ ଫୁଡ଼୍ ସେବନ, ନିଶା ଦ୍ରବ୍ୟ ସେବନ ଆଦି ଯୋଗୁଁ ମସ୍ତିସ୍କ ଉପରେ କୁପ୍ରଭାବ ପଡ଼ୁଛି । ଏବଂ ସ୍ମୃତି ଶକ୍ତି ହରାଉଛନ୍ତି ଲୋକେ ।