କେଶ ଝଡିବାରୁ ରକ୍ଷା କରେ ଅଁଳା ! ଜାଣନ୍ତୁ କିପରି କରିବେ ବ୍ୟବହାର

108

ପୁଅ ହୁଅନ୍ତୁ କି ଝିଅ କେଶକୁ ସମସ୍ତେ ବହୁତ ଭଲପାଆନ୍ତି ଓ ନିଜ ନିଜର କେଶକୁ ନେଇ ବେଶ ସଚେତନ ମଧ୍ୟ ଥାଆନ୍ତି । ଯଦି କେଶ ଟିକିଏ ବି ଯଦି ଖରାପ ହୋଇଯାଏ ଆମେ ବହୁତ ଦୁଃଖୀ ହୋଇଯାଉ । ଯେତେବେଳେ କେଶ ଝଡେ କିମ୍ବା ଫାଟେ, ଏଇ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ସାମ୍ପୋ ଓ କଣ୍ଡିସନର ବ୍ୟବହାର କରିଥାଉ ଯାହା କେଶ ପାଇଁ କ୍ଷତିକାରକ । କିନ୍ତୁ କେଶର ଯତ୍ନ ନେବା ସହ ସମସ୍ୟା ଦୂର କରିବା ପାଇଁ ଆପଣ ବ୍ୟସ୍ତ ନହୋଇ ପ୍ରାକୃତକି ଉପାୟ ଅବଲମ୍ବନ କରିବା ଉଚିତ ।

କେଶକୁ ସୁନ୍ଦର ,ମୁଲାୟମ, ମଜଭୁତ ଓ ସିଲ୍କି କରିବା ପାଇଁ ଅଁଳା ବ୍ୟବହାର କରନ୍ତୁ । ଅଁଳାକୁ ନଡିଆ ତେଲରେ ମିଶାଇ କେଶ ମୂଳରେ ମାଲିସ କରନ୍ତୁ । ସପ୍ତାହରେ ଥରେ ଏପରି କଲେ ଆପଣଙ୍କ କେଶ ମଜଭୁତ ହେବା ସହ ସିଲ୍କି ରହେ । ଅଁଳା, ଶିକାକାଇ, ଭୃଗରାଜକୁ ଗୁଣ୍ଡ କରି ରଖନ୍ତୁ ଓ ଏହି ଗୁଣ୍ଡକୁ ପାଣିରେ ଗୋଳାଇ ଲୁହା ପାତ୍ରର ରଖନ୍ତୁ । ନିୟମିତ ବ୍ୟବଧାନରେ ଏହି ଲେପକୁ କେଶରେ ଲଗାନ୍ତୁ କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା କେଶର ସବୁ ସମସ୍ୟାରୁ ରକ୍ଷା ପାଇପାରିବେ । ଏହା ବ୍ୟତୀତ କେବଳ ଅଁଳା ଗୁଣ୍ଡକୁ ମଧ୍ୟ ଚୁଟିରେ ଲଗାଇଲେ, କେଶ ମଜଭୁତ ହୁଏ । କେବଳ ଏତିକି ନୁହଁ ଅଁଳା ରସକୁ ସେବନ କଲେ ମଧ୍ୟ କେଶର ବିଭିନ୍ନ ସମସ୍ୟାରୁ ରକ୍ଷା ପାଇପାରିବେ ।