ଖାଦ୍ୟ ଯୋଗାଉଛି ସବୁଜ ସୁନା : ଲକଡାଉନ ସମୟରେ ଆଦିବାସୀଙ୍କ ପେଟକୁ ଦାନା ଯୋଗାଉଛି କେନ୍ଦୁପତ୍ର

184

କନକ ବ୍ୟୁରୋ : ଖାଦ୍ୟ ଯୋଗାଉଛି ସବୁଜ ସୁନା । ଲକଡାଉନ ସମୟରେ ଆଦିବାସୀଙ୍କ ପେଟକୁ ଦାନା ଦେଉଛି କେନ୍ଦୁ ପତ୍ର । ଏ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ । ଲକ ଡାଉନ ଯୋଗୁ ଦେଶ ବ୍ୟାପି ଶ୍ରମୀକ ମାନଙ୍କ ମଧ୍ୟ ରେ ଖାଦ୍ୟ ଅଭାବ ଦେଖା ଦେଇ ଥିବା ବେଳେ ଘର ବାହୁଡା ଲାଗି ଚାଲିଛି ସଂଗ୍ରାମ । ତେବେ ମାଲକାନଗିରି ଜିଲ୍ଲାର ଶ୍ରମୀକ ମାନେ କେନ୍ଦୁ ପତ୍ର ତୋଳିବା ଅନୁମତି ପାଇବା ପରେ ଆଦିବାସୀଙ୍କ ଜୀବନ ଜୀବିକା ପୁନର୍ବାର ସ୍ୱଭାବିକ ହବା ରେ ଲାଗିଛି ।

ପ୍ରତି ଦିନ ମାଲକାନଗିରି ଜିଲ୍ଲାରେ ୩୬ ହଜାର ରୁ ଉର୍ଧ ଶ୍ରମୀକ ଏବେ କେନ୍ଦୁ ପତ୍ର ତୋଳିବା ରେ ଲାଗି ପଡିଛନ୍ତି । ମୁଣ୍ଡ ପିଛା ୩୦୦ ରୁ ୪୦୦ ଟଙ୍କା ରୋଜଗାର କରନ୍ତି ଜିଲ୍ଲାର କେନ୍ଦୁ ପତ୍ର ତୋଳାଳି । ଆଉ ଗତ କିଛି ଦିନ ମଧ୍ୟ ରେ ସାଢେ ଚାରି କୋଟି ଟଙ୍କା ସିଧା ସଳଖ କେନ୍ଦୁ ପତ୍ର ତୋଳାଳି ଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଇଛି କେନ୍ଦୁ ପତ୍ର ବିଭାଗ । ସେହି ପରି ସ୍ୱାଭିମାନ ଅଂଚଳରେ ମନରେଗା କାମ ଉପରେ ଯୋର ଦେଇଛି ଜିଲ୍ଲା ପ୍ରଶାସନ ।

ବିଶେଷ କରି ମୋ ପୋଖରି, କୁଅଁ ଓ ବିଭିନ୍ନ ଜଳାଶୟ ସମେତ ଗାଁ ରାସ୍ତା ନିର୍ମାଣ କାମ ଉପରେ ଗୁରୁତ୍ୱ ଦେଇଛି ପ୍ରାଶାସନ । ଗତ ଏପ୍ରିଲ ୨ ତାରିଖ ରୁ ଜିଲ୍ଲାରେ ମନରେଗା କାମ ଆରମ୍ଭ ହୋଇ ଥିବା ବେଳେ ବର୍ତମାନ ସୁଧା ପ୍ରାୟ ୯୫ ହଜାର କାର୍ଜ୍ୟ ଦିବସ ସୃଷ୍ଟି କରା ଯାଇ ୧୬ ହଜାରରୁ ଉର୍ଧ ଶ୍ରମିକ ମନଙ୍କୁ ଏଥିରେ ନିୟୋଜିକ କରାଯାଇଥିବା ସୂଚନା ଦେଇଛି ପ୍ରକଳ୍ପ ଅଧିକାରୀ ।