ଗ୍ରୀନ୍ ଟେକ୍ନୋଲୋଜି ବ୍ୟବହାରକୁ ଗୁରୁତ୍ୱ : ପ୍ଲାଷ୍ଟିକରେ ନିର୍ମାଣ ହେବ ପଶ୍ଚିମ ଓଡ଼ିଶାର ୫୧୦ କିମି ରାସ୍ତା

Advertisment
ଗ୍ରୀନ୍ ଟେକ୍ନୋଲୋଜି ବ୍ୟବହାରକୁ ଗୁରୁତ୍ୱ : ପ୍ଲାଷ୍ଟିକରେ ନିର୍ମାଣ ହେବ ପଶ୍ଚିମ ଓଡ଼ିଶାର ୫୧୦ କିମି ରାସ୍ତା

sambad.i

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏଥର ଗ୍ରିନ ଟେକ୍ନୋଲୋଜିର ସର୍ବାଧିକ ବ୍ୟବହାର କରାଯିବ । ପରିବେଶ ପ୍ରଦୂଷଣ ରୋକିବା ସହ ସୁସ୍ଥ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଗ୍ରିନ୍‌ ଟେକ୍ନୋଲୋଜିର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଭାରତ ସରକାରଙ୍କ ନ୍ୟାସନାଲ ରୁରାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଡେଭେଲପ୍‌ମେଣ୍ଟ୍‌ ଏଜେନ୍ସି (ଏନ୍‌ଆର୍‌ଆଇଡିଏ) ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ, ଉଭୟ ପିଏମ୍‌ଜିଏସ୍‌ୱାଇ-୧ ଓ ପିଏମ୍‌ଜିଏସ୍‌ୱାଇ-୨ରେ ମୋଟ୍‌ ୧୩୩.୬୭ କିଲୋମିଟର ରାସ୍ତା ଗ୍ରୀନ୍ ଟେକ୍ନୋଲୋଜି ବ୍ୟବହାର କରି ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ପଶ୍ଚିମ ଓଡ଼ିଶାର ୪ଟି ଗ୍ରାମ୍ୟ ନିର୍ମାଣ ସର୍କଲ୍‌ (ଆର୍‌ଡବ୍ଲ୍ୟୁ ସର୍କଲ), ଯଥା-ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ଭବାନୀପାଟଣା ଅନ୍ତର୍ଗତ ବିଭିନ୍ନ ଡିଭିଜନ୍‌ରେ ମୋଟ୍‌ ୫୧୦.୩୨ କିଲୋମିଟର ରାସ୍ତା ଗ୍ରିନ୍‌ ଟେକ୍ନୋଲୋଜି ବ୍ୟବହାର କରି ନିର୍ମାଣ କରିବାକୁ ନିର୍ଦ୍ଦେଶ ହୋଇଛି ।

ଗରମ ପିଚୁ, ସିମେଣ୍ଟ୍‌, ଚିପ୍‌ସ ଆଦିର ବହୁଳ ବ୍ୟବହାର ଯୋଗୁଁ ବହୁମାତ୍ରାରେ ପରିବେଶ ପ୍ରଦୂଷିତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଗ୍ରିନ୍‌ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରାଥମିକତା ଦିଆଯାଇଛି। ଗ୍ରିନ୍‌ ଟେକ୍ନୋଲୋଜି ଅନୁସାରେ, ବିଭିନ୍ନ ଶିଳ୍ପ କାରଖାନାରୁ ନିର୍ଗତ ସ୍ଲାଗ୍‌, ବର୍ଜ୍ୟ ପ୍ଲାଷ୍ଟିକ୍‌, ଥଣ୍ଡା ପିଚୁ, ଲାଇମ୍‌ର ବ୍ୟବହାର, ସେଲ୍‌ ଫିଲ୍‌ଡ କଂକ୍ରିଟ୍‌ର ବ୍ୟବହାର କରାଯିବ। ଉଦାହରଣ ସ୍ବରୂପ ପୂର୍ବରୁ ଗରମ ପିଚୁ ଓ ଚିପ୍‌ସକୁ ମିଶାଇ ରାସ୍ତା ନିର୍ମାଣ କରାଯାଉଥିଲା । ଯଦ୍ବାରା ଗରମ ପିଚୁର ଧୂଆଁ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଥିଲା । ଏଥର ଗରମ ପିଚୁ ବଦଳରେ ଥଣ୍ଡା ପିଚୁକୁ ବ୍ୟବହାର କରାଯିବ । ସେହିଭଳି ମେଟାଲ ବଦଳରେ ସ୍ଲାଗ୍‌ର ବ୍ୟବହାର, ବର୍ଜ୍ୟ ପ୍ଲାଷ୍ଟିକ୍‌, ମୋରମ ଓ ସିମେଣ୍ଟ୍‌ର ମିଶ୍ରଣରେ ରାସ୍ତା ନିର୍ମାଣ, ଗ୍ରିନ୍‌ ଟେକ୍ନୋଲୋଜି ଅନ୍ତର୍ଭୁକ୍ତ ।

ସୁନ୍ଦରଗଡ଼ ଗ୍ରାମ୍ୟ ନିର୍ମାଣ ସର୍କଲ୍‌ (ଆର୍‌ଡବ୍ଲ୍ୟୁ ସର୍କଲ) ଅନ୍ତର୍ଗତ ସୁନ୍ଦରଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନ ସମେତ ରାଉରକେଲା, ଝାରସୁଗୁଡ଼ା, ଗ୍ରାମ୍ୟ ନିର୍ମାଣ ବିଭାଜନ, ଏନ୍‌ବିସିସି ସୁନ୍ଦରଗଡ଼, ବି ଆଣ୍ଡ୍‌ ଆର୍‌, ସୁନ୍ଦରଗଡ଼ ପକ୍ଷରୁ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପିଏମ୍‌ଜିଏସ୍‌ଆଇୱାଇ-୧ ଅନୁମୋଦିତ ମୋଟ ରାସ୍ତାର ୧୦୯.୭୨ କିଲୋମିଟର ଓ ପିଏମ୍‌ଜିଏସ୍‌ୱାଇ-୨ ଅନୁମୋଦିତ ୨୩.୯୫ କିଲୋମିଟର, ସମୁଦାୟ ୧୩୩.୩୨ କିଲୋମିଟର ରାସ୍ତାରେ ଏହି ଗ୍ରିନ୍‌ ଟେକ୍ନୋଲୋଜି ବ୍ୟବହାର କରାଯିବ ।
ସେହିଭଳି ବଲାଙ୍ଗୀର ଆର୍‌ଡବ୍ଲ୍ୟୁ ସର୍କଲ୍‌ (ବଲାଙ୍ଗୀର, ପାଟଣାଗଡ଼, ଟିଟିଲାଗଡ଼ ଓ ସୋନପୁର ଡିଭିଜନ୍‌)ରେ ପିଏମ୍‌ଜିଏସ୍‌ୱାଇ-୧ ଅନୁମୋଦିତ ୨୧.୭୦ କିଲୋମିଟର ଓ ପିଏମ୍‌ଜିଏସ୍‌ୱାଇ-୨ ଅନୁମୋଦିତ ୫୦.୩୬ କିଲୋମିଟର, ମୋଟ୍‌ ୭୨.୦୬ କିଲୋମିଟର, ଭବାନୀପାଟଣା ସର୍କଲ୍‌ (ଧର୍ମଗଡ଼, ଭବାନୀପାଟଣା, କେସିଙ୍ଗା, ନୂଆପଡ଼ା, ଖରିଆର ଡିଭିଜନ ଓ ଏନ୍‌ବିସିସି କଳାହାଣ୍ଡି)ରେ ପିଏମ୍‌ଜିଏସ୍‌ୱାଇ-୧ ଅନୁମୋଦିତ ୧୦୫.୮୩ କିଲୋମିଟର ଓ ପିଏମ୍‌ଜିଏସ୍‌ୱାଇ-୨ର ୧୬.୦୩ କିଲୋମିଟର, ମୋଟ୍‌ ୧୨୧.୮୬ କିଲୋମିଟର ଏବଂ ସମ୍ବଲପୁର ଆର୍‌ଡବ୍ଲ୍ୟୁ ସର୍କଲ୍‌ (ସମ୍ବଲପୁର, ବରଗଡ଼, ଦେଓଗଡ଼, କୁଚିଣ୍ଡା, ପଦ୍ମପୁର ଡିଭିଜନ୍‌)ର ପିଏମ୍‌ଜିଏସ୍‌ୱାଇ-୧ ଅନୁମୋଦିତ ୧୨୧.୬୪ କିଲୋମିଟର ଓ ପିଏମ୍‌ଜିଏସ୍‌ୱାଇ-୨ର ୬୧.୦୯ ମୋଟ ୧୮୨.୭୩ କିଲୋମିଟର ରାସ୍ତା ଗ୍ରିନ୍‌ ଟେକ୍ନୋଲୋଜି ବ୍ୟବହାର କରି ନିର୍ମାଣ କରାଯିବ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe