ସୁନ୍ଦର ଦେଖାଯିବା ପାଇଁ ଆମେ ଅନେକ ଉପାୟ ଆପଣାଇ ଥାଉ ଏବଂ ଏଥିପାଇଁ ଅନେକ ବ୍ୟୁଟି ପ୍ରଡକ୍ଟ ବ୍ୟବହାର ମଧ୍ୟ କରିଥାଉ । କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ଦେଶୀ ଉପାୟ ଅଛି ଯାହା ଆପଣଙ୍କୁ ସୁନ୍ଦର କରିବା ସହ ଆପଣଙ୍କ ତ୍ୱଚାକୁ ଚମକ ପ୍ରଦାନ କରିଥାଏ । ଭୃଷଙ୍ଗ ପତ୍ରକୁ ମିଠା ନିମ୍ବ ବୋଲି ମଧ୍ୟ କୁହାଯାଏ । ସମସ୍ତେ ସୁନ୍ଦର ହେବାପାଇଁ ଚାହାନ୍ତି, କିନ୍ତୁ ବାହାର ସୁନ୍ଦରତା ସହ ଭିତର ସୁନ୍ଦରତା ମଧ୍ୟ ଜରୁରୀ । ସୁନ୍ଦରତା ପାଇଁ ଭୃଷଙ୍ଗ ପତ୍ରର ବ୍ୟବହାର –

Advertisment

- ଭୃଷଙ୍ଗ ପତ୍ରକୁ ବାଟି ପେଷ୍ଟ ତିଆରି କରି ଚେହେରାରେ ଲଗାନ୍ତୁ, ଏପରି କରିବା ଦ୍ୱାରା ମୁହଁରେ ଚମକ ଆସିଥାଏ ।

- ଭୃଷଙ୍ଗ ପତ୍ରର ପେଷ୍ଟ ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

- ଶରୀରରେ ଭୃଷଙ୍ଗ ପତ୍ର ପେଷ୍ଟ ମାଲିସ କରିବା ବହୁତ ଉପକାରୀ ।

- କେବଳ ସୁନ୍ଦରତା ତାହା ନୁହଁ ଆପଣ ଭୃଷଙ୍ଗ ପତ୍ରକୁ ଗୁଣ୍ଡ କରି ସକାଳେ ସଂନ୍ଧ୍ୟାରେ ୩/୪ ଗ୍ରାମ ସେବନ  କରନ୍ତୁ । ଏପରି କରିବା ଦ୍ୱାରା ମେଦବହୁଳତା ସମସ୍ୟାରୁ ରକ୍ଷା ମିଳେ ।

- କେଶକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ଭୃଷଙ୍ଗ ପତ୍ରର ପେଷ୍ଟକୁ ମୁଣ୍ଡରେ ଲଗାନ୍ତୁ ଏବଂ ଅଧା ଘଂଟା ପରେ କେଶକୁ ଧୋଇ ଦିଅନ୍ତୁ । ନିୟମିତ ବ୍ୟଧାନରେ ଏପରି କରିବା ଦ୍ୱରା କେଶରେ ଚମକ ଆସିବା ସହ କେଶ ସିଲ୍କି ହୋଇଥାଏ ।