ୱାଶିଂଟନରେ ବନ୍ୟା : ସଡ଼କ ବୁଡ଼ିଲା କାର ଭାସିଲା, ହ୍ୱାଇଟ୍ ହାଉସ୍ ବେସମେଣ୍ଟରେ ପାଣି ପଶିଲା

220

କନକ ବ୍ୟୁରୋ : ଆମେରିକାର ରାଜଧାନୀ ୱାଶିଂଟନରେ ବନ୍ୟା  । ପ୍ରବଳ ବର୍ଷା ଯୋଗୁଁ ୱାଶିଂଟନର ଆଖପାଖ ସମସ୍ତ ଅଚଂଳ ପାଣି ପାଣି ହୋଇଯାଇଛି ।  ୱାଶିଂଟନର ଏକ ଫଟୋ ସାମ୍ନାକୁ ଆସିଛି । କାର ଉପରେ ଛିଡ଼ା ହୋଇ ବନ୍ୟା ଦାଉରୁ ନିଜକୁ ରକ୍ଷା କରିବାର ଫଟୋ ଦେଖିବାକୁ ମିଳୁଛି । ବନ୍ୟା ଆସିବା ପରେ ପୋଲିସ ସତର୍କତା ଅବଳମ୍ବନ ପାଇଁ ନିର୍ଦ୍ଦେଶନାମା ଜାରି କରିଛି ।

ପ୍ରବଳ ବର୍ଷା ଯୋଗୁଁ ୱାଶିଂଟନର ରାଜରାସ୍ତା ନଦୀରେ ପରିଣତ ହୋଇଯାଇଛି । ରାସ୍ତାଘାଟ, ଘରଦ୍ୱାରା ପାଣିରେ ବୁଡ଼ି ରହିଛି । ହ୍ୱାଇଟ ହାଉସ ମଧ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । ହ୍ୱାଇଟ ହାଉଟର ବେସମେଣ୍ଟରେ ବର୍ଷା ପାଣି ପଶିଯାଇଛି । ହ୍ୱାଇଟ୍ ହାଉସରୁ ଅଧିକାରୀମାନେ ପାଣି ବାହାର କରୁଥିବାର ଦେଖିବାକୁ ମିଳିଛି । ହେଲେ ହ୍ୱାଇଟ୍ ହାଉସର କର୍ମଚାରୀମାନେ ବେସମେଣ୍ଟରେ ପାଣି ପଶିବା କଥାକୁ ଖଣ୍ଡନ କରିଛନ୍ତି ।  ହ୍ୱାଇଟ ହାଉସକୁ ବନ୍ୟା ପାଣି ପ୍ରବେଶ କରିନାହିଁ ବୋଲି ଏକ ପ୍ରେସ୍ କନଫରେନ୍ସ ଡକାଇ କର୍ମଚାରୀମାନେ କହିଛନ୍ତି ।

ବନ୍ୟା ପ୍ରଭାବିତ ଅଂଚଳରେ ବିଦ୍ୟୁତ କାଟି ଦିଆଯାଇଛି ।ବର୍ଷାଯୋଗୁଁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପୋଟୋମାକ ନଦୀ ସମେତ କେନାଲ ରୋଡରେ ବନ୍ୟାଜଳ ପ୍ରବାହିତ ହେଉଛି ।  ଅନେକ ଲୋକଙ୍କୁ ଉଦ୍ଧାର କରାଯାଇ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।