କନକ ବ୍ୟୁରୋ : ଆମେରିକାର ରାଜଧାନୀ ୱାଶିଂଟନରେ ବନ୍ୟା । ପ୍ରବଳ ବର୍ଷା ଯୋଗୁଁ ୱାଶିଂଟନର ଆଖପାଖ ସମସ୍ତ ଅଚଂଳ ପାଣି ପାଣି ହୋଇଯାଇଛି । ୱାଶିଂଟନର ଏକ ଫଟୋ ସାମ୍ନାକୁ ଆସିଛି । କାର ଉପରେ ଛିଡ଼ା ହୋଇ ବନ୍ୟା ଦାଉରୁ ନିଜକୁ ରକ୍ଷା କରିବାର ଫଟୋ ଦେଖିବାକୁ ମିଳୁଛି । ବନ୍ୟା ଆସିବା ପରେ ପୋଲିସ ସତର୍କତା ଅବଳମ୍ବନ ପାଇଁ ନିର୍ଦ୍ଦେଶନାମା ଜାରି କରିଛି ।
ପ୍ରବଳ ବର୍ଷା ଯୋଗୁଁ ୱାଶିଂଟନର ରାଜରାସ୍ତା ନଦୀରେ ପରିଣତ ହୋଇଯାଇଛି । ରାସ୍ତାଘାଟ, ଘରଦ୍ୱାରା ପାଣିରେ ବୁଡ଼ି ରହିଛି । ହ୍ୱାଇଟ ହାଉସ ମଧ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । ହ୍ୱାଇଟ ହାଉଟର ବେସମେଣ୍ଟରେ ବର୍ଷା ପାଣି ପଶିଯାଇଛି । ହ୍ୱାଇଟ୍ ହାଉସରୁ ଅଧିକାରୀମାନେ ପାଣି ବାହାର କରୁଥିବାର ଦେଖିବାକୁ ମିଳିଛି । ହେଲେ ହ୍ୱାଇଟ୍ ହାଉସର କର୍ମଚାରୀମାନେ ବେସମେଣ୍ଟରେ ପାଣି ପଶିବା କଥାକୁ ଖଣ୍ଡନ କରିଛନ୍ତି । ହ୍ୱାଇଟ ହାଉସକୁ ବନ୍ୟା ପାଣି ପ୍ରବେଶ କରିନାହିଁ ବୋଲି ଏକ ପ୍ରେସ୍ କନଫରେନ୍ସ ଡକାଇ କର୍ମଚାରୀମାନେ କହିଛନ୍ତି ।
ବନ୍ୟା ପ୍ରଭାବିତ ଅଂଚଳରେ ବିଦ୍ୟୁତ କାଟି ଦିଆଯାଇଛି ।ବର୍ଷାଯୋଗୁଁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପୋଟୋମାକ ନଦୀ ସମେତ କେନାଲ ରୋଡରେ ବନ୍ୟାଜଳ ପ୍ରବାହିତ ହେଉଛି । ଅନେକ ଲୋକଙ୍କୁ ଉଦ୍ଧାର କରାଯାଇ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/RAIN-5.jpg)
/kanak/media/post_attachments/wp-content/uploads/2019/07/1-6-300x152.jpg)
/kanak/media/post_attachments/wp-content/uploads/2019/07/2-4-300x200.jpg)