କରୋନାର କରାଳ ରୂପ : ଭାଇରସ୍ ସଂକ୍ରମଣର ଆମେରିକାରେ ୨୪ଘଣ୍ଟାରେ ୨ ହଜାରରୁ ଅଧିକ ଲୋକ ମୃତ

1,816

କନକ ବ୍ୟୁରୋ : ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ । ଏହାର ଅଧିକ ପ୍ରଭାବ ରହିଛି ଆମେରିକା ଉପରେ । ଆମେରିକାରେ କରୋନା ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ଆମେରିକାରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଆମେରିକା ପରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ସ୍ପେନ୍ । ସ୍ପେନରେ କୋରନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୪୦ ହଜାର ୫୧୦କୁ ଛୁଇଁଛି । ସେହିପରି ଇଟାଲୀରେ ୧ ଲକ୍ଷ ୩୫ ହଜାର ୫୧୦, ଜର୍ମାନୀରେ ୧ ଲକ୍ଷ ୩ ହଜାର ୨୨୮ , ଚୀନରେ ୮୩ ହଜାର ୧୬୧ ଏବଂ ଫ୍ରାନ୍ସରେ ୭୭ ହଜାର ୨୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମୃତ୍ୟୁ ସଂଖ୍ୟାରେ ବିଶ୍ୱରେ ସବୁଠାରୁ ଆଗରେ ଅଛି ଇଟାଲୀ । ଇଟାଲୀରେ ସର୍ବାଧିକ ୧୭ ହଜାର ୧୨୭କରୋନା ଜନିତ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । କରୋନା ମୃତ୍ୟୁ ତାଲିକାରେ ଇଟାଲୀ ପଛକୁ ରହିଛି ସ୍ପେନ୍ । ଏଠାରେ ୧୪ ହଜାର ୫୫୫ ଜଣଙ୍କ ଜୀବନ ନେଲାଣି କରୋନା । ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨ ହଜାର ୯୮୮ କୁ ବୃଦ୍ଧି ହେଲାଣି । ଫ୍ରାନ୍ସରେ ୧ ଲକ୍ଷ ୯ ହଜାରରୁ ଅଧିକ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ହଜାର ୩ ଶହ ପାର କରିଛି । ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୬ ହଜାର ୨୫୬ କୁ ବୃଦ୍ଧି ହୋଇଛି ।