କନକ ବ୍ୟୁରୋ : ପାକିସ୍ତାନକୁ ମହଙ୍ଗା ପଡିପାରେ ଭାରତ ବିରୋଧରେ ଏଫ ୧୬ ବିମାନ ବ୍ୟବହାର । ଏନେଇ ପାକିସ୍ତାନକୁ କୈଫୟତ ମାଗିଛି ଆମେରିକା । ଏଫ ୧୬ ବିମାନ ବ୍ୟବହାର ନେଇ ଆମେରିକା ଜବାବ ମାଗିଛି । ଭାରତ ବିରୋଧରେ ପାକିସ୍ତାନରେ ଏଫ ୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିଲା । ଗତ ୨୭ରେ ଏଫ ୧୬ ବିମାନ ବ୍ୟବହାର କରିଥିଲା । ଫଳରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ବୁଝାମଣା ଉଂଲଘନ ହୋଇଥିବା ଅଭିଯୋଗ ହୋଇଛି ।
ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ପାକିସ୍ତାନକୁ ଏଫ ୧୬ ଦେଇଥିଲା ଆମେରିକା । ଯାହାକୁ କୌଣସି ଦେଶ ଉପରେ ଟାର୍ଗେଟ କରିବାକୁ ବ୍ୟବହାର କରିପାରିବନାହିଁ ପାକିସ୍ତାନ । କିନ୍ତୁ ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ଏଫ ୧୬ର ବ୍ୟବହାର କରିଥିବା ବେଳେ ଏହା ମାନୁନାହିଁ ପାକିିସ୍ତାନ । ସେପଟେ ଏଫ୍-୧୬ରୁ ଉତକ୍ଷେପଣ କରାଯାଇଥିବା ଏମରାମ କ୍ଷେପଣାସ୍ତ୍ରର ଅବଶେଷ ମିଳିଥିବା ପ୍ରମାଣ ଦେଇଛି ଭାରତୀୟ ସେନା । ଏଫ ୧୬ ବିମାନର ଅଂଶବିଶେଷ ମଧ୍ୟ ଭାରତକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/PAKISTAN-JHATAKA.jpg)