‘ହାତ’ ଧରିଲେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ! ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ପରେ କଂଗ୍ରେସରେ ହେଲେ ସାମିଲ

165

କନକ ବ୍ୟୁରୋ : ଛମାଛମା ଗର୍ଲ ଉର୍ମିଳା ମାତୋଣ୍ଡକରଙ୍କ ନୂଆ ଇନିଂସ । ନିର୍ବାଚନ ଆଗରୁ କଂଗ୍ରେସ କ୍ୟାମ୍ପରେ ବଲିଉଡ ହିରୋଇନ୍ । କଂଗ୍ରେସରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର । ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଦଳରେ ମିଶିଛନ୍ତି ଉର୍ମିଳା । କୁହାଯାଉଛି କଂଗ୍ରେସ ଟିକେଟରେ ଉର୍ମିଳା ମୁମ୍ବାଇ ନର୍ଥ ଆସନରୁ ପ୍ରତିଦ୍ୱନ୍ଦିିତା କରିବେ ।

ତେବେ ଉର୍ମିଳା କଂଗ୍ରେସରେ ମିଶିବା ନେଇ ଏଯାଏ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ । ମୁମ୍ବାଇ ଉତର ଲୋକସଭା ଆସନରୁ ଉର୍ମିଳାଙ୍କୁ ଟିକେଟ ଦେବ କଂଗ୍ରେସ । ମୁମ୍ବାଇ ନର୍ଥ ଆସନକୁ ଭାରତୀୟ ଜନତା ପାର୍ଟିର ଗଡ ବୋଲି ବିବଚେନା କରାଯାଏ । ତେବେ ୨୦୦୪ରେ ଅଭିନେତା ଗୋବିନ୍ଦା କଂଗ୍ରେସ ଟିକେଟରେ ଲଢି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ନାଇକଙ୍କୁ ଏଠାରୁ ପରାସ୍ତ କରିଥିଲେ ।

ସବୁଥର ପରି ଚଳିତ ନିର୍ବାଚୀ ଋତୁରେ ଅଭିନେତା ରାଜନୈତିକ ଦଳରେ ସାମଲି ହେବା ପର୍ବ ଆରମ୍ଭ ହୋଇଯାଇଛି । ଏହି ପରିପେକ୍ଷୀରେ ଆଜି ହାତ ଧରିଛନ୍ତି ବଲିଉଡ଼୍ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର । ଏହାପୂର୍ବରୁ ଗତକାଲି ବିଜେପିରେ ସାମିଲ ହୋଇଥିଲେ ଅଭିନେତ୍ରୀ ଜୟାପ୍ରଦା ।