କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ବିଜେପି ସରକାର ଗଠନ କରିବା ପରେ ଦେଖିବାକୁ ମିଳିଛି ପ୍ରଭାବ । ଏକାକୀ ଝିଅକୁ ପାଇ ହଇରାଣ କରୁଥିବା ରୋଡ ରୋମିଓଙ୍କୁ ପୋଲିସ ପୂର୍ବରୁ ଗିରଫ କରୁନଥିବାବେଳେ ଆଜି ପୋଲିସ ଏହି ରୋଡ ରୋମିଓମାନଙ୍କୁ ଗିରଫ କରିଛି ।
ଉତ୍ତରପ୍ରଦେଶରେ ରୋମିଓମାନଙ୍କୁ ସାବାଡ କରିବା ପାଇଁ ତଥା ଝିଅମାନଙ୍କୁ କମେଂଟ ମାରି ହଇରାଣ କରୁଥିବା ଯୁବକମାନଙ୍କଠାରୁ ରକ୍ଷା କରିବାକୁ ଆଂଟି ରୋମିଓ ସ୍କ୍ୱାର୍ଡ ଗଠନ କରାଯାଇଛି । ଏହି ଟିମ ପ୍ରଥମ ଦିନରେ ୩ ଜଣ ରୋମିଓଙ୍କୁ ଗିରଫ କରିଛି । ଯୋଗୀ ଆଦିତ୍ୟନାଥ ଦାୟିତ୍ୱ ନେବାପରେ ନାରୀସୁରକ୍ଷା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହି ଅଭିନବ ପଦକ୍ଷେପ ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/66-5.jpg)