ଯୋଗୀ ସରକାରଙ୍କ କଂସେଇଖାନା ବନ୍ଦ ନିଷ୍ପତିର ପ୍ରତିବାଦ ! ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ମାଂସଦୋକାନୀଙ୍କ ଆନ୍ଦୋଳନ

46

କନକ ବ୍ୟୁରୋ : ଉତ୍ତରପ୍ରଦେଶ ସଂପୂର୍ଣ୍ଣ ନିରାମିଶ ହେବାକୁ ଯାଉଛି । ଯୋଗୀ ସରକାରଙ୍କ ବେଆଇନ କଂସେଇଖାନା ବନ୍ଦ ନିଷ୍ପତିର ପ୍ରତିବାଦରେ ଆଜି ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦେଳନକୁ ଓହ୍ଲାଇଛନ୍ତି ରାଜ୍ୟର ମାଂସ ଦୋକାନୀ । ମାଂସ ଦୋକାନୀଙ୍କ ଆନ୍ଦୋଳନ ସମର୍ଥନରେ ଏବେ ଚିକେନ ଦୋକାନୀ ମଧ୍ୟ ସଟର ବନ୍ଦ କରିଛନ୍ତି ।

ଫଳରେ ରାଜ୍ୟର ସମସ୍ତ ମାଂସ ଦୋକାନରେ ତାଲା ଝୁଲୁଛି । ଲକ୍ଷ୍ନୌ ମାଂସ ଦୋକାନୀ ସଂଘର ଅଭିଯୋଗ ଯୋଗୀ ସରକାରଙ୍କ ଏହି ନିଷ୍ପତି ଯୋଗୁଁ ବହୁ ଲୋକ ରୋଜଗାର ହରାଇଛନ୍ତି । ଆଗକୁ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଆନ୍ଦୋଳନରେ ସାମିଲ ହେବାକୁ ସଂଘ ଅପିଲ କରିଛି ।