ଉତ୍ତରପ୍ରଦେଶ : ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବାରେ ଲାଗିପଡିଛନ୍ତି ଅଖିଳେଶ ଯାଦବ

Advertisment
ଉତ୍ତରପ୍ରଦେଶ : ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବାରେ ଲାଗିପଡିଛନ୍ତି ଅଖିଳେଶ ଯାଦବ

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ୫୧ଟି ଆସନର ପ୍ରାର୍ଥିଙ୍କ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବାରେ ଲାଗିପଡିଛନ୍ତି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଉତ୍ତରପ୍ରଦେଶର ବସ୍ତିରେ ଆୟୋଜିତ ସଭାରେ ଅଖିଳେଶ ମୋଦିଙ୍କୁ ଟାର୍ଗେଟ କରିବା ସହ ବିଜେପିଠାରୁ ଦୂରେଇ ରହିବାକୁ ଭୋଟରଙ୍କୁ କହିଛନ୍ତି ।

ସେହିପରି ଅଖିଳେଶ ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କୁ ବି ଟାର୍ଗେଟ କରିଛନ୍ତି । ଅଖିଳେଶ କହିଛନ୍ତି ଯେ ମାୟାବତୀ ମୋର ସଂପର୍କୀୟ ହେଲେ ବି ତାଙ୍କଠାରୁ ଦୂରେଇ ରହିବା ଉଚିତ୍ । କାରଣ ମାୟାବତୀ ବିଜେପି ସହ ଭିତିରି ବୁଝାମଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe