ଉନ୍ନାଓ ପୀଡିତାଙ୍କ ଅନ୍ତିମ ସଂସ୍କାର : ଭାଇକୁ ବନ୍ଧୁକ ଲାଇସେନ୍ସ , ଭଉଣୀକୁ ଚାକିରି 

5,158

କନକ ବ୍ୟୁରୋ : ଶେଷରେ ହାରିଗଲେ ଉନ୍ନାଉ ପୀଡ଼ିତା । ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଗଣଦୁଷ୍କର୍ମ ଏବଂ ଜିଅନ୍ତା ଜାଳି ଦେଇଥିବା ଯୁବତୀଙ୍କର ଆଜି ଅନ୍ତିମ ସଂସ୍କାର ଶେଷ ହୋଇଛି । ପୀଡିତାଙ୍କ ପରିବାର ଲୋକେ ଶନିବାର ଦିନ ଦିଲ୍ଲୀରୁ ଶବ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପାଇଁ ଦାବି କରିଥିଲେ । ଅନେକ ବୁଝାଶୁଝା କରିବା ପରେ ପରିବାର ଲୋକେ ଶେଷରେ ରାଜି ହୋଇଥିଲେ ଏବଂ ପୀଡିତାଙ୍କୁ ପୋତା ଯାଇଥିଲା ।

ତେବେ ଉନ୍ନାଉ ପୀଡ଼ିତା ଆଖି ବୁଜିବା ପରେ ପରିବାର ପ୍ରତି ସରକାର କିଛି ଘୋଷଣା କରିଛନ୍ତି । ପୀଡିତାଙ୍କ ଭଉଣୀଙ୍କୁ ସରକାରୀ ଚାକିରୀ ଏବଂ ଭାଇକୁ ବନ୍ଧୁକ ଲାଇଲେନ୍ସ ମିଳିବ ବୋଲି ଘୋଷଣା କରାଯାଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ପୀଡ଼ିତାଙ୍କ ପରିବାରକୁ ଦୁଇଟି ଘର ଦିଆଯିବ । ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସାହାଯ୍ୟ ପ୍ରଦାନ କରାଯାଇଛି ।

ତେବେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ପରେ ଲକ୍ଷ୍ନୌ କମିଶନର କହିଛନ୍ତି, ପୀଡିତାଙ୍କ ଭଉଣୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ୨୪ ଘଣ୍ଟାର ସୁରକ୍ଷା ପ୍ରଦାନ କରାଯିବ । ପୀଡିତାଙ୍କ ଭାଇର ଦାବି ଅନୁସାରେ ଆତ୍ମରକ୍ଷା ପାଇଁ ତାଙ୍କୁ ବନ୍ଧୁକ ଲାଇସେନ୍ସ ଦିଆଯିବ । ସୂଚନାଯୋଗ୍ୟ ପୀଡିତାଙ୍କ ଭଉଣୀଙ୍କୁ ସରକାରୀ ଚାକିରୀ ପାଇଁ ଦାବି କରିଥିଲେ । ସରକାର ତାଙ୍କ ଦାବି ଗ୍ରହଣ କରିଛନ୍ତି ।