ଭୁବନେଶ୍ୱରର ସବୁଠୁ ବଡ ଆମିଷ ବଜାରରେ କାଲିଠୁ ବିକ୍ରି ହେବନି ମାଛ : ସ୍ଥାନାନ୍ତର ହେବ ୪ ନମ୍ବର ମାଛ ମାର୍କେଟ, ବିକ୍ରିବେଳେ ମାଛକୁ ନକାଟିବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ

2,900

କନକ ବ୍ୟୁରୋ : ଭୁବନେଶ୍ୱରର ସବୁଠାରୁ ବଡ ମାଛ ମାର୍କେଟ ୪ ନମ୍ବର ମାଛ ବଜାରରେ ଆସନ୍ତାକାଲିଠାରୁ ଏପ୍ରିଲ ୧୪ ଯାଏଁ ବିକ୍ରିହେବନି ମାଛ । ଏହା ନିକଟସ୍ଥ ରେଡକ୍ରସ ଭବନ ରାସ୍ତାରେ ବିକ୍ରି ହେବ । ଏଥିପାଇଁ ସାମାଜିକ ଦୂରତା ବଜାୟ ରଖି ମାଛ ବିକ୍ରି କରିବାକୁ ପୁଲିସ ନିର୍ଦ୍ଦେଶ ଦେଇଛି । କେବଳ ଏତିକି ନୁହେଁ ବିକ୍ରିବେଳେ ମାଛକୁ ନକାଟିବାକୁ ବ୍ୟବସାୟୀଙ୍କୁ ମଧ୍ୟ କୁହାଯାଇଛି । ଏହାଛଡା ଦୂରଦୂରାନ୍ତରୁ ଆସିଥିବା ଲୋକଙ୍କୁ ମାଛ ମାର୍କେଟକୁ ନଆସିବାକୁ ପରାମର୍ଶ ଦିଆଯାଇଛି ।

ସାରା ଭାରତରେ ଏବେ ତାଲାବନ୍ଦ । ଓଡ଼ିଶା ଗୋଟିଏ ପାଦ ଆଗକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମସ୍ତେ କରୋନା ମୁକାବିଲା ପାଇଁ ସଜାଗ ଅଛନ୍ତି । ରାସ୍ତା ଉପରେ ଲୋକ ଏକଜୁଟ ହେଲେ ପୋଲିସ୍ ଗିରଫ କରୁଛି । ରାଜଧାନୀରେ ତାଲାବନ୍ଦକୁ ବେଶ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଆଉ ଏଥିପାଇଁ ଏପ୍ରିଲ ୧୪ ଯାଏଁ ମାଛ ବିକ୍ରି ବନ୍ଦ କରିଦିଆଯାଇଛି ।  ଆସନ୍ତାକାଲିଠାରୁ ଆଉ ୪ ନମ୍ବର ମାଛ ବଜାରରେ ମାଛ ବିକ୍ରି ହେବନାହିଁ । ଏପଟେ ପୋଲିସ ପକ୍ଷରୁ ସମସ୍ତ ମାଛ ବ୍ୟବସାୟୀଙ୍କୁ ଚେତାବନୀ ଦିଆଯାଇଛି । ଫଳରେ ଲୋକେ ଏକତ୍ରୀତ ହେବେ ନାହିଁ । ଏବଂ ସମାଜିକ ଦୂରତା ବଜାୟ ରହିବ । ଲୋକଙ୍କ ହିତ ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି ପୋଲିସ ।