ଅଦ୍ଭୁତ ପରମ୍ପରା ! ପ୍ରଥମେ ମାତୃତ୍ୱ ଲାଭ, ପରେ ବିବାହ

102

ଦୁନିଆରେ ଅନେକ ଏପରି ପରମ୍ପରା ଅଛି ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ବିଭିନ୍ନତାରେ ଏକତା ଭାରତୀୟ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ । ଏମିତି କିଛି ବିଲକୁଲ ଅଲଗା ପରମ୍ପରା ଦେଖିବାକୁ ମିଳେ ରାଜସ୍ଥାନରେ । ରାଜସ୍ଥାନ ଉଦୟପୁରର ସିରୋହୀ ଓ ପାଲି ଜିଲ୍ଲାରେ ଗରାସିୟା ନାମକ ଏକ ଜନଜାତି ରୁହନ୍ତି ଏବଂ ସେଠାରେ ଦେଖିବା ପାଇଁ ମିଳେ ଏକ ନିଆରା ତଥା ଅତି ଅଦ୍ଭୁତ ପରମ୍ପରା ।

ଗରାସିଆ ସମାଜରେ ଦାମ୍ପତ୍ୟ ଜୀବନର ଏକ ନିଆରା ପରମ୍ପରା ଦେଖିବା ପାଇଁ ମିଳେ ଯାହା ଆଧୁନିକ ଯୁଗର ଲିଭ ଇନ ସଂମ୍ପର୍କ ପରି । କିନ୍ତୁ ଭାରତୀୟ ସମାଜରେ ଏବେ ବି ଏହି ପରମ୍ପରାକୁ ଗ୍ରହଣ କରିନାହାନ୍ତି । ଗରାସିୟା ସମାଜରେ ବିବାହ ପୂର୍ବରୁ ପ୍ରଥମେ ଦାମ୍ପତ୍ୟ ଜୀବନ ଆରମ୍ଭ ହୋଇଯାଏ । ଏହି ସମାଜର ପ୍ରଥା ଅନୁସାରେ ଯୁବକ-ଯୁବତୀଙ୍କ ସହମତି ପରେ ପୁଅ ଘର ଲୋକ କିଛି ରାଶି ପ୍ରଦାନ କରନ୍ତି ଝିଅ ଘରକୁ ।

ଏହା ପରେ ଉଭୟ ଯୁବକ ଓ ଯୁବତୀ ବିବାହ ନକରି ସ୍ୱାମୀ-ସ୍ତ୍ରୀ ପରି ରହିବାରେ ଲାଗନ୍ତି । ଅନେକ ଦିନ ପରେ ହେଉ କିମ୍ବା ସେମାନେଙ୍କ ଶିଶୁ ଜନ୍ମ ପରେ ହେଉ ନିଜର ସୁବିଧା ଦେଖି ସେମାନେ ବିବାହ ବନ୍ଧନରେ ବାନ୍ଧି଼ ହୁଅନ୍ତି । ଏହି ପରମ୍ପରାର ଆଉ ଏକ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଏପରି ରହିବା ପରେ ମଧ୍ୟ ଯହି ଉଭୟଙ୍କର କୌଣସି ପିଲାପିଲି ନହେଲା ସେମାନେ ଅଲଗା ହୋଇଯାଆନ୍ତି । ଏହା ପରେ ପୁଣି ଆଉ ଜଣଙ୍କ ସହ ରହି ପିଲାଜନ୍ମ କରିବା ପାଇଁ ଚେଷ୍ଟା କରନ୍ତି ।