ଭାରତରେ ବିବାହକୁ ନେଇ କିଛି ଅଦ୍ଭୁତ ପରମ୍ପରା ! ଆସନ୍ତୁ ଜାଣିବା କ’ଣ ରହିଛି

33

ଭାରତ ବିଭିନ୍ନତାର ଦେଶ । କୁହାଯାଏ ପ୍ରତି କିଲୋମିଟରେ ଭାରତର ଭାଷା ଓ ପରମ୍ପରା ବଦଳିଯାଏ । ଏତେ ଅଲଗା ହେବା ପରେ ମଧ୍ୟ ଆମ ଦେଶ ଭାରତ ପ୍ରେମ ଓ ଏକତାର ସୂତ୍ରରେ ବାନ୍ଧି ହୋଇଛି । ସମସ୍ତେ ଜାଣନ୍ତି ଅଲଗା ଅଲଗା ଜାତି ଓ ଧର୍ମକୁ ମାନୁଥିବା ଏହି ଦେଶରେ ବିବାହକୁ ନେଇ ମଧ୍ୟ ଅନେକ ଅଦ୍ଭୁତ ପରମ୍ପରା ରହିଛି ।

୧. ହିନ୍ଦୁ ଶାସ୍ତ୍ରରେ ଅନେକ ଜାଗାରେ ବିବାହ ପୂର୍ବରୁ କନ୍ୟାକୁ ବରର ଗାଧୁଆ ପାଣି ପଠାଯାଏ ଏବଂ ସେଇ ପାଣିରେ କନ୍ୟା ଗାଧୋଇବା ସହ ସାରାଜୀବନ ସ୍ୱାମୀ ଉପରକୁ ଆସୁଥିିବା ବିପଦରୁ ରକ୍ଷା କରିବା ପାଇଁ ବଦ୍ଧ ପରିକର ହୋଇଥାଏ ।

୨. ବିବାହରେ ବରଯାତ୍ରୀ ଯିବା ପୂର୍ବରୁ ବରର ମା ପୁଅକୁ ବରଯାତ୍ରୀ ସହ ଯିବା ପାଇଁ ମନା କରିଥାଏ ନହେଲେ ସେ କୂଅକୁ ଡେଇଁ ପଡିବ ବୋଲି ଧମକ ଦିଏ । ସେତେବେଳେ ଯାଏ ମା ପୁଅ ଉପରେ ରାଗ କରେ, ଯେତେବେଳ ପର୍ଯ୍ୟନ୍ତ ପୁଅ ମାକୁ କଥା ଦିଏନି କି ସେ ସ୍ତ୍ରୀ ଆସିବା ପରେ ମଧ୍ୟ ମା’ର ପୁରା ଧ୍ୟାନ ନେବ ।

୩. ମଧ୍ୟପ୍ରଦେଶର କିଛି କିଛି ଆଦିବାସୀ ପରିବାରରେ ବିବାହ ପୂର୍ବରୁ ପୁଅଘର ଲୋକ ଝଅ ଘରକୁ ସାପ ଥିବା ପେଟି ପଠାନ୍ତି ଏବଂ ଝିଅ ଘର ସେହି ପେଟିକୁ ଜଙ୍ଗଲରେ ଝାଡି ଆସନ୍ତି । ଏମିତି କରିବା ପଛରେ ମାନ୍ୟତା ରହିଛି କି ଝିଅକୁ ଆପଣାଉଥିବା ଘରଲୋକ ତାଙ୍କ ମନରୁ ସବୁ ପ୍ରକାର ବିଷ ଦୂର କରିଦିଅନ୍ତି, ଯାହାଦ୍ୱାରା ବରବଧୂ ସାରାଜୀବନ ଖୁସିରେ ରହିବେ ।

୪. କିଛି ସ୍ଥାନରେ କନ୍ୟାର ବିବାହ ବାକ୍ସ ସହ ଝାଡୁ ରଖିବାର ପରମ୍ପରା ରହିଛି । ଏପରି କରିବା ଦ୍ୱାରା ଲକ୍ଷ୍ମୀ କେବେ ବି ଘର ଝାଡି ଯିବେନି ବୋଲି ମାନ୍ୟତା ରହିଛି ।

୫. କିଛି ପାହାଡି ଅଞ୍ଚଳରେ ପରମ୍ପରା ଅନୁସାରେ ବର କନ୍ୟାର ନଖ ଛୁଇଁ ପ୍ରତିଶ୍ରୁତି ଦେଇଥାଏ ସେ ତା’ର କିଛି ବି କ୍ଷତି ହେବାକୁ ଦେବନି ।

୬. ବିିବାହର ଚତୁର୍ଥୀ ରାତିରେ ଯେବେ ବରକନ୍ୟା ମିଳନ୍ତି, ତାଙ୍କ ତକିଆ ତଳେ ଏକ ଛୁରି ରଖାଯାଏ । ଏପରି କରିବା ଦ୍ୱାରା ସେମାନଙ୍କ ସମ୍ପର୍କକୁ କେହି ନଜର ଲଗାଇପାରିବେ ନାହିଁ ବୋଲି ବିଶ୍ୱାସ ରହିଛି ।

୭. ରାଜସ୍ତାନର କିଛି ଅଞ୍ଚଳରେ କନ୍ୟା ବରକୁ ବାଡିରେ ମାରିଥାଏ । ଏହି ପ୍ରଥା ପୁଅର ଧୈର୍ଯ୍ୟ ପରୀକ୍ଷା ପାଇଁ କରାଯାଏ ।