ନାଗନାଗୁଣୀଙ୍କ ଅନାବିଳ ପ୍ରେମକାହାଣୀ ! ନାଗର ମୃତ୍ୟୁ ପରେ ଜୀବନ ଦେଲା ନାଗୁଣୀ

83

ରାଜସ୍ଥାନର ମଣ୍ଡୀବାମୋରା ଅଞ୍ଚଳରେ ବିଗତ ୨୦ ବର୍ଷ ଧରି ଏକ ନାଗ-ନାଗ ନାଗୁଣୀଙ୍କ ପ୍ରେମ କାହାଣୀ ବହୁ ଚର୍ଚ୍ଚିତ ଥିଲା । ଏବେ ଏହି ପ୍ରେମ କାହାଣୀରେ ଭଟ୍ଟା ପଡିଛି । ନାଗର ମୃତ୍ୟୁ ପରେ ନାଗୁଣୀ ମଧ୍ୟ ଜୀବନ ଦେଇଛି । ଏମିତି ଏକ ଖବର ପ୍ରକାଶ ପାଇଛି ରାଜସ୍ଥାନ ପତ୍ରିକାରେ ।

ଲୋକଙ୍କ କହିବା ଅନୁସାରେ ଗାଁର ମଝିରେ ଥିବା ଏକ ମନ୍ଦିର ପାଖରେ ପାଖାପାଖି ୨୦ ବର୍ଷ ଧରି ନାଗ ନାଗୁଣୀ ଯୋଡାକୁ ଦେଖାଯାଉଥିଲା । ଏତେ ବର୍ଷ ଭିତରେ ଉଭୟ ନାଗ-ନାଗୁଣୀ କେବେ କାହାକୁ କ୍ଷତି ପହଞ୍ଚାଇ ନାହାନ୍ତି । ଏହି ଅଞ୍ଚଳରେ ନା-ନାଗୁଣୀଙ୍କକୁ ଦର୍ଶନ କରୁଥିବା ଲୋକେ ନିଜକୁ ଭାଗ୍ୟବାନ ମନେକରୁଥିଲେ ।

ସେମାନଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳି ଯାଇଛି । ମନ୍ଦିର ପାଖରେ ଶୁକ୍ରବାର ଦିନ ଅପରାହ୍ନ ପ୍ରାୟ ୩ ଟାରେ ନାଗ ଅଚେତ ଅବସ୍ଥାରେ ପଡିଥିବାର ଦେଖାଯାଇଥିଲା । ପାଖରେ କାମ କରୁଥିବା ଏକ ଶ୍ରମିକର କହିବା ଅନୁସାରେ ପ୍ରଥମରେ ନାଗ ସେଠାରେ ପଡିଥିଲା ।

ପରେ କିଛି ସମୟ ପରେ ନାଗୁଣୀ ମଧ୍ୟ ସେଠାକୁ ଆସିଥିଲା । ଉୟୟଙ୍କୁ ଏକାଠି ଦେଖି ସମସ୍ତେ ଡରି ଯାଇଥିିଲେ । ସଂନ୍ଧ୍ୟା ପର୍ଯ୍ୟନ୍ତ ଉଭୟେ ଏକାଠି ପଡିରହିଥିଲେ । ଡରରେ କେହି ବି ତାଙ୍କ ପାଖକୁ ଯବାକୁ ସାହସ କରିନଥିଲେ ।

ବହୁତ ସମୟ ପରେ ନାଗନାଗୁଣୀଙ୍କୁ ଏପରି ପଡିଥିବାର ଦେଖି ଜଣେ ବ୍ୟକ୍ତି ସାହସ କରି, ଉଭୟେ ବୋହସ ପଡିଥିବା ସ୍ଥାନକୁ ଯାଇ ଦେଖିଲା ବେଳକୁ ଉଭୟେ ମରି ପଡିଛନ୍ତି । ନାଗନାଗୁଣୀଙ୍କ ମୃତ୍ୟୁ ପରେ ଗ୍ରାମବାସୀ ମନ୍ଦିର ପଛରେ ବିଧିବଦ୍ଧ ଭାବରେ ଅନ୍ତିମ ସଂସ୍କାର କରିଥିିଲେ ।