କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ଦେଶର ବିଭିନ୍ନ ଅଂଚଳରେ ପ୍ରଚାର ପର୍ବ ଜୋରସୋରରେ ଚାଲିଛି । ସମସ୍ତ ଦଳର ଟାଣୁଆ ନେତାନେତ୍ରୀମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ମନ ଜିଣିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଏପରିସ୍ଥଳେ ଆମେଠିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୁତି ଇରାନୀଙ୍କ ଏକ ଭିନ୍ନ ରୂପ ଦେଖିବା ପାଇଁ ମିଳିଛି । ଆଜି ସ୍ମୃତି ଇରାନୀ ଆମେଠିରେ ନିର୍ବାଚନ ପ୍ରଚାର କରୁଥିଲେ । ଆଉ ସେତିକିବେଳେ ଆମେଠିର ଏକ ଗାଁର କ୍ଷେତରେ ନିଆଁ ଲାଗି ଯାଇଥିଲା । ଏ ଖବର ଶୁଣି ପ୍ରଚାର ମୈଦାନ ଛାଡ଼ି ନିଆଁ ଲାଗିଥିବା କ୍ଷେତକୁ ଦୌଡ଼ିଥିଲେ ସ୍ୱୃତି ଇରାନୀ ।

Advertisment

ନିଜେ ହ୍ୟାଣ୍ଡପମ୍ପ୍ ଚଳାଇ ପାଣି ଭରିଥଲେ । ଏବଂ ନିଆଁ ଲିଭାଇବାରେ ଲୋକଙ୍କୁ ସାହାଯ୍ୟ କରିଥିଲେ । ଅଗ୍ନିଶମ ବିଭାଗର ଗାଡ଼ି ବିଳମ୍ବରେ ପହଞ୍ଚିବାରୁ ସେଠାରେ ଅଫସିରଙ୍କ କ୍ଲାସ ମଧ୍ୟ ନେଇଥିଲେ । ଆମେଠି ଜିଲ୍ଲାର ପୁରବଦ୍ୱାର ଗାଁରେ ଏହି ଘଟଣା ଘଟିଛି । ଅନ୍ୟପଟେ ଆଜି ଆମେଠିକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିର୍ବାଚନ ପ୍ରଚାରରେ ଯାଇଥିଲେ । ଆଉ ସେଠାରେ ସେ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସାମ୍ବାଦିକଙ୍କ ସହ କଥା ହେଲାବେଳେ ପ୍ରିୟଙ୍କା କହିଛନ୍ତି, ବିଜେପି ନେତାମାନେ ଆମେଠିରେ ନିର୍ବାଚନ ଜିତିବା ପାଇଁ ବହୁତ ନିମ୍ନ ସ୍ତରକୁ ଚାଲିଯାଇଛନ୍ତି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରୀତିମତ ଉଦ୍ୟମ ଚଳାଇଛି ବିଜେପି । ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ୁ ସାଢ଼ୀ, ଜୋତା ଓ ଟଙ୍କା ବଂଟାଯାଉଛି ।