ବିହାରରେ ଜାପାନୀ ଜ୍ୱରରେ ଶିଶୁ ମୃତ୍ୟୁ ୮୩କୁ ବୃଦ୍ଧି : ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ପାଟନାରେ ହର୍ଷବର୍ଦ୍ଧନଙ୍କୁ କଳାପତାକା ପ୍ରଦର୍ଶନ

70

କନକ ବ୍ୟୁରୋ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ ଆନ୍ଦୋଳନକାରୀ । ବିିହାରରେ ଜାପାନୀ ଜ୍ୱରରେ ୮୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଖବର ସମଗ୍ର ସ୍ଥାନରେ ଆଲୋଡନ଼ ସୃଷ୍ଟି କରିଛି । ଆକ୍ୟୁଟ ଏନସେଫାଲାଇଟିସ୍ ସିଣ୍ଡ୍ରମ ବା ମସ୍ତିସ୍କ ଜ୍ୱରରେ ଆକ୍ରାନ୍ତ ହୋଇ ରାଜ୍ୟରେ ଏକାଧିକ ଶିଶୁଙ୍କ ଜୀବନ ଯାଇଛି । ଘଟଣାର ସମୀକ୍ଷା କରିବା ପାଇଁ ଆଜି ପାଟନାରେ ପହଂଚିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନ । ସେଠାରୁ ମୁଜାଫରମ ଗସ୍ତ କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଗରମ ଏବଂ ଜାପାନ ଜରରେ ମୃତ୍ୟୁ ଖବର ନେଇ ସେ ଦୁଃଖ ପ୍ରକାଶ କରିଥିଲେ ।

ଏହା ସହ ହର୍ଷବର୍ଦ୍ଧନ କହିଥିଲେ ଲୋକଙ୍କୁ ଅନୁରୋଧ ତାପମାତ୍ରା ଅଧିକ ଥିବା ସମୟରେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ପ୍ରଚଣ୍ଡ ରୋଦ୍ର ତାପ ମୁଣ୍ଡରେ ପ୍ରଭାବ ପକାଏ । ସେପଟେ ଜନ ଅଧିକାରୀ ପାର୍ଟିର କାର୍ଯ୍ୟକତାମାନେ ହର୍ଷବର୍ଦ୍ଧନଙ୍କ ବିରୋଧରେ କଳାପତକା ଦେଖାଇ ବିକ୍ଷୋଭ ପ୍ରଦର୍ଶକ କରିଥିଲେ । ଜାପାନୀ ଜ୍ୱରରେ ୮୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଶ୍ରୀକୃଷ୍ଣ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ ସୁରିଟେଣ୍ଡନ ସୁନିଲ କୁମାର ଏହି ସୂଚନା ଦେଇଛନ୍ତି । ଗରମ ପାଇଁ ମଧ୍ୟ ବିହାରର ଅନୁଗ୍ରହ ନାରାୟଣ ମଗଧ ମେଡ଼ିକାଲ କଲେଜରେ ୧୨ଜଣ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି ।