ନୂଆବର୍ଷର ପହିଲି ଦିନରେ ସାରା ବିଶ୍ୱରେ ଜନ୍ମନେଲେ ୩୮୬୦୦୦ ଶିଶୁ  : ଭାରତରେ ସର୍ବାଧିକ , ଫିଜିରେ ଜନ୍ମ ନେଲା ପ୍ରଥମ ଶିଶୁ 

407

କନକ ବ୍ୟୁରୋ : ନୂଆବର୍ଷର ପହିଲି ଦିନରେ ସାରା ବିଶ୍ୱରେ ଜନ୍ମନେଲେ ୩୮୬୦୦୦ ଶିଶୁ । ଫିଜିରେ ଜନ୍ମନେଲା ପ୍ରଥମ ଶିଶୁ । ୟୁନିସେଫ୍’ ଆକଳନ ଅନୁସାରେ, ଜାନୁଆରି ୧ ତାରିଖରେ ଭାରତରେ ପ୍ରାୟ  ୬୯,୦୦୦ ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି । ଦ୍ୱିତୀୟରେ ଅଧିକ ଶିଶୁ ଜନ୍ମ ନେଇଥିବା ଦେଶ ହେଲା ଚୀନ୍ । ନୂଆବର୍ଷରେ ସର୍ବାଧିକ ଲୋକସଂଖ୍ୟା ଥିବା ରାଷ୍ଟ୍ର ଚୀନରେ ୪୪,୭୬୦ ଶିଶୁ ଜନ୍ମ ନେଇଛନ୍ତି ।

ସମଗ୍ର ବିଶ୍ୱରେ ଯେତେ ଶିଶୁ ଜନ୍ମ ହେଉଛନ୍ତି, ଭାରତ, ଚୀନ ସମେତ ଅନ୍ୟ ୬ଟି ଦେଶରେ ପ୍ରାୟ ଅର୍ଦ୍ଧେକ ଶିଶୁ ଜନ୍ମ ନେଇଛନ୍ତି । ଅଧିକ ଶିଶୁ ଜନ୍ମ ହେଉଥିବା ଅନ୍ୟ ୬ଟି  ଦେଶ ହେଉଛି- ନାଇଜେରିଆ (୨୦,୨୧୦ ), ପାକିସ୍ତାନ (୧୪,୯୧୦), ଇଣ୍ଡୋନେସିଆ (୧୩,୩୭୦), ଯୁକ୍ତରାଷ୍ଟ୍ର ଆମେରିକା (୧୦, ୪୫୨), ଇଥିଓପିଆ (୯,୦୨୦) ବାଙ୍ଗଲାଦେଶ ୮,୩୭୦।

ୟୁନିସେଫ୍ ଆକଳନ ଅନୁସାରେ, ଭାରତରେ ପ୍ରତିଦିନ ୬୯ ହଜାର ପିଲା ଜନ୍ମ ନିଅନ୍ତି । ଜନ୍ମର ପହିଲି ଦିନରେ ମା’ ଓ ପିଲା ପାଇଁ ବିପଦପୂର୍ଣ୍ଣ ଥାଏ । କାରଣ ଏହି ଦିନ ଅଧିକ ମୃତ୍ୟୁ ହାର ପଞ୍ଜିିକୃତ ହୋଇଥାଏ  । ଅନ୍ୟପଟେ ୪୦ ପ୍ରତିଶତ ଶିଶୁ ଜନ୍ମ  ଗ୍ରହଣ କରିଥିବା ଦିନ ହିଁ ଜୀବନ ହାରିଥାଆନ୍ତି । ଭାରତରେ ପ୍ରତି ବର୍ଷ ୫୦ ଲକ୍ଷ ଶିଶୁ ଘରେ ଜନ୍ମଗ୍ରହଣ କରନ୍ତି ।