କନକ ବ୍ୟୁରୋ : ୟୁନେସ୍କୋରେ ପାକିସ୍ତାନକୁ ଘେରିଲା ଭାରତ । କାଶ୍ମୀର ଓ ଅଯୋଧ୍ୟା ମାମଲା ଉଠାଇବାରୁ ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ । ପଡୋଶୀ ରାଷ୍ଟ୍ର ସହ ଆଲୋଚନା କରିବା ସମୟରେ ଭାରତ ପକ୍ଷରୁ କୁହାଯାଇଛି ଯେ ଆମର ଭିତିରି ମାମଲାରେ ମୁଣ୍ଡ ଖେଳାଇବା ପାକିସ୍ତାନର ମାନସିକ ରୋଗ । ସେହିପରି ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିବା ସହ ଭାରତ କହିଛି ଯେ ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦ ଯୋଗୁଁ ବିଶ୍ୱବାସୀ ଚିନ୍ତାରେ ପଡିଛନ୍ତିି ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ୟାରିସରେ ୟୁନେସ୍କୋ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଜେନେରାଲ କନଫରେନ୍ସର ୪୦ତମ ଅଧିବେଶସନ ଚାଲିଥିବାେବେଳେ ଭାରତ ପକ୍ଷରୁ ଏହିଭଳି ଭାବେ ପାକିସ୍ତାନକୁ ଜବାବ ଦିଆଯାଇଛଇ । ସୁପ୍ରିମକୋର୍ଟ ଆଇନ ଆଧାରରେ ଫଇସାଲା ଶୁଣାଇଛନ୍ତି । କିନ୍ତୁ ପାକିସ୍ତାନ ଆମର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଥିବା ଭାରତ କହିଛି । ପାକିସ୍ତାନ ଯେଉଁଭଳି ଭାବେ ଭାରତ ବିରୋଧରେ ଘୃଣ୍ୟସ୍ପଦ କଥା ପ୍ରଚାର କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଭାରତ କହିଛି ।