କନକ ବ୍ୟୁରୋ : ରାଜ୍ୟରେ ଅପପୁଷ୍ଟି ପାଇଁ ଏକ ପରିଚିତ ନାଁ ହେଉଛି ନଗଡା । ତା ରହିଛି ଯାଜପୁର ଜିଲ୍ଲାରେ । ହେଲେ ଢେଙ୍କାନାଳ ଜିଲ୍ଲାରେ ବି ରହିଛି ନଗଡା ପରି କିଛି ଗାଁ । ଉଚ୍ଚ ପାହାଡ ବଣଜଙ୍ଗଲ ଘେରା ଗାଁରେ ଆଜି ବି ପଡିନି ବିକାଶର ଛାପ । ଗାଁକୁ ଯିବାକୁ ରାସ୍ତା ନାହିଁ ।

Advertisment

ଯାଜପୁର ଜିଲ୍ଲାର ନଗଡା ପରି ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ ବ୍ଲକରେ ରହିଛି ଏମିତି ଗାଁ । ଯାହା ବିକାଶ ଠାରୁ ବହୁ ଦୂରରେ । ରାଜ୍ୟରେ ନଗଡା ନାଁ ସମସ୍ତଙ୍କୁ ଜଣାଅଛି । ହେଲେ ବିକାଶ ଛୁଇଁ ନଥିବା ଏହି ୪ ଗାଁ କଥା କାହାକୁ ପ୍ରାୟ ଜଣାନାହିଁ । ଭୌଗଳିକ ସ୍ଥିତିରେ ପାହାଡ ସେପଟେ ନଗଡା, ଏପଟେ ଏକୁଲ, ସେକୁଲ, କୋର୍ଟ ଓ ପୁଟିପାଳ । ପାହାଡ ଭିତରେ ଥିବା ଏହି ଗାଁକୁ ଯିବାକୁ ହେଲେ ପାର ହେବାକୁ ପଡିବ ଜଙ୍ଗଲିଆ ରାସ୍ତା ଓ ନାଳ । ନିକଟରେ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ପରଜଙ୍ଗ ବିଧାୟକ ନୃସିଂହ ସାହୁ, ଢେଙ୍କାନାଳ ଜିଲ୍ଲାପାଳ ପହଁଚିଥିଲେ ଏହି ଗାଁରେ । ଆଖିରେ ଦେଖିଥିଲେ ଗାଁର ବାସ୍ତବ ସ୍ଥିତି ।

publive-image

କଙ୍କଡାହାଡ ବ୍ଲକର କାନ୍ତୁଲ ପଂଚାୟତ ଠାରୁ ପ୍ରାୟ ୧୫ କିମି ଦୂରରେ ରହିଛି ଏହି ସବୁ ଗାଁ । ଗାଁରେ ରୁହନ୍ତି ପ୍ରାୟ ୧୫୦ ପରିବାର । ହେଲେ ଏଠାରେ କିଛି ନାହିଁ । ବିଜୁଳି, ବିଦ୍ୟାଳୟ , ବିଶୁଦ୍ଧ ପାନୀୟ ଜଳ ସହିତ ରାସ୍ତା ସୁବିଧା ଆଜି ବି ନାହିଁ । ପଞ୍ଚାୟତରୁ ଚାଉଳ ଆଣିବାକୁ ହେଲେ ପାହାଡ ଚଢି ଯିବାକୁ ହୁଏ ୧୫ରୁ ୨୦ କିଲୋମିଟର । ସକାଳୁ ଘରୁ ବାହାରିଲେ ଫେରୁ ଫେରୁ ରାତି । ଏପରି ସ୍ଥିତିରେ ନିଜେ ପ୍ରଶାସନିକ ଅଧିକାରୀ ପାହାଡି ମୁଲକରେ ପହଁଚିବା ପରେ ଅନୁଭବ କରିଛନ୍ତି ପାହାଡି ମଣିଷଙ୍କ ଦୁଃଖ । ସମସ୍ୟା ସମାଧାନ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି ।