ଜୟପୁରରୁ ପୁଣି ଉଡିବ ବିମାନ ! ଭିତ୍ତିଭୂମି ଯାଂଚ କଲେ ୨ ଜଣିଆ ଟିମ୍, ଉଡ଼ିବ କେବଳ ୧୮ ସିଟର ବିମାନ

35

କନକ ବ୍ୟୁରୋ : ଉଡ଼ାନ ଯୋଜନାରେ ସାମିଲ ହେବ ଜୟପୁର । ଭିତ୍ତିଭୂମି ଯାଂଚ କଲେ ୨ ଜଣିଆ ଟିମ୍ । ଲଙ୍ଗ ଟର୍ମ ବଦଳରେ ସର୍ଟରେ ହେଲା କାମ । ଉଡ଼ିବ କେବଳ ୧୮ ସିଟର ବିମାନ । ଏପ୍ରିଲ ଶେଷ ସୁଦ୍ଧା ହସ୍ତାନ୍ତର ହେବ ଏୟାରପୋର୍ଟ ।

ଜୟପୁରରୁ ପୁଣି ଉଡିବ ବିମାନ । ଏପ୍ରିଲ ଶେଷ ସୁଦ୍ଧା ଏୟାରଷ୍ଟ୍ରିପ୍ କାମ ଶେଷ ହୋଇ ଜିଲ୍ଳାବାସୀଙ୍କୁ ମିଳିବ ଆକାଶରେ ଉଡ଼ିବାର ସୁବିଧା । ପ୍ରଧାନମନ୍ତ୍ରୀଙ୍କ ଉଡ଼ାନ ଯୋଜନାର ତୃତୀୟ ପର୍ଯ୍ୟାୟରେ ସାମିଲ ହେବାକୁ ଯାଉଛି ଜୟପୁର ଏୟାରପୋର୍ଟ । ଜମି ଅଧିଗ୍ରହଣ କାମ ଶେଷ ହୋଇଥିବା ବେଳେ ଲଙ୍ଗ ଟର୍ମକୁ ଛାଡ଼ି ସର୍ଟ ଟର୍ମରେ ଚାଲିଛି ବିମାନ ବନ୍ଦର କାମ । ଏୟାରପୋର୍ଟର ଲମ୍ବ ୯୧୪ ମିଟର କରାଯାଇଥିବା ବେଳେ ଚଉଡ଼ା ୧୫ ମିଟରରୁ ୨୩ ମିଟର କରାଯାଇଛି । ଯାହାକି ୧୮ ସିଟ୍ ବିଶିଷ୍ଟ ବିମାନ ଉଡ଼ାଣ ଓ ଅବତରଣ ପାଇଁ ଉପଯୁକ୍ତ । ପରବର୍ତ୍ତୀ ସମୟରେ ଏହାକୁ ବଡ଼ାଯାଇ ୬୦ ସିଟର ବିମାନ ଉଡ଼ିବା ପାଇଁ କାମ କରାଯିବ ।

ଏୟାରଷ୍ଟ୍ରିପର କାମର ସ୍ଥି୍ତି ଯାଂଚ କରିଛନ୍ତି କୋଲକତା ଏୟାରଷ୍ଟ୍ରିପ ଟ୍ରାଫିକ କଂଟ୍ରୋଲର ଡ଼ିଜିଏମ ଏସ.କେ ବାନାର୍ଜୀ ଓ ସିଭିଲ ଇଜିଂନୟର ସୌରଭ ସୁବୁଦ୍ଧି । ଏମାନେ ଜୟପୁର ଏୟାରଷ୍ଟ୍ରିପରେ ଆବଶ୍ୟକ ଭିତିଭୁମିର ଯାଂଚ କରିବା ସହ ବିମାନ ଚଳାଚଳ ପାଇଁ ଜରୁରୀ ଯନ୍ତ୍ରପାତି ସଂଯୋଗ ଓ ଅନ୍ୟାନ୍ୟ କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଏୟାରଷ୍ଟ୍ରିପର ଭିତ୍ତିଭୂମିକୁ ଦେଖି ଆକାଶରେ ଉଡିବାର ଆଶାବାନ୍ଧି ବସିଛନ୍ତି ଜିଲ୍ଳାବାସି ଓ ବ୍ୟବସାୟୀ ।

ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ଜୟପୁରରେ ୭ କୋଟି ଟଙ୍କା ବିନିମୟରେ ମୋବାଇଲ ଏୟାରଟ୍ରାଫିକ କଂଟ୍ରୋଲ ପ୍ରତିଷ୍ଠା କରାଯିବ । ଯାହାର ଉଚତା ୫୦ ମିଟର ରହିବ, ଖୁବ୍ଶୀଘ୍ର ଜୟପୁର ଏୟାରଷ୍ଟ୍ରିପ୍ର ସ୍ଥିତି ଯାଂଚ କରିବେ ବିଶେଷଜ୍ଞ ଦଳ ।