ନିର୍ମାଣ ହେବ ସିନେମା ‘ଦ ମହାଭାରତ’ । ଯାହାର ବଜେଟ୍ ୧ ହଜାର କୋଟି ହେବା ସହ ୨୦୨୦ରେ ଏହା ରିଲିଜ୍ ହେବ ବୋଲି ଶୁଣିବାକୁ ମିଳୁଛି । ୟୁଏଇରେ ରହୁଥିବା ଜଣେ ଭାରତୀୟ ବ୍ୟାପାରୀ ଭାରତର ଏହି ସବୁଠାରୁ ବଡ ମୋଶନ୍ ପିକ୍ଚଚର୍ସ୍ ପାଇଁ ୧୦୦୦ କୋଟି ଟଙ୍କା ନିବେଶ କରିବେ ବୋଲି ଜଣାପଡିଛି ।
ସିନେମାର ନିର୍ଦ୍ଦେଶନା ଦେବେ ବି.ଏ.ଶ୍ରୀକୁମାର ମେନନ୍ । ୨୦୧୮ରେ ଏହାର ସୁଟିଂ ଆରମ୍ଭ ହେବ । ‘ଦ ମହାଭାରତ’ ସିନେମାଟି ଦୁଇଟି ଭାଗରେ ନିର୍ମାଣ କରାଯିବ । ୨୦୧୭ ସେପ୍ଟେମ୍ବରରେ ଏହାର ସୁୁଟିଂ ଆରମ୍ଭ ହେବାସହ ୨୦୨୦ରେ ଆରମ୍ଭରେ ଏହାର ପ୍ରଦର୍ଶନ କରାଯିବ ।
ପ୍ରଥମ ଭାଗ ପ୍ରଦର୍ଶିତ ହେବାର ୯୦ ଦିନ ପରେ ଏହାର ଦ୍ୱିତୀୟ ଭାଗ ଜାରି କରାଯିବ । ସିନେମାଟି ଇଂରାଜୀ ଓ ହିନ୍ଦୀ ସହ ମଲାୟାଲମ୍, କନ୍ନଡ, ତାମିଲ ଓ ତେଲୁଗୁ ଭାଷା ସହ କିଛି ପ୍ରମୁଖ ବିଦେଶୀ ଭାଷାରେ ମଧ୍ୟ ନିର୍ମାଣ କରାଯିବ । ଏଥିରେ ଭାରତୀୟ କଳାକାରଙ୍କ ସହ କିଛି ହଲିଉଡ୍ କଳାକାରମାନେ ମଧ୍ୟ ନଜର ଆସିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Mahabharata.jpg)