ଓଡିଶା ପରମ୍ପରାରେ ପଣା ! ଜାଣନ୍ତୁ ୫ ପ୍ରକାର ପଣାର ପ୍ରସ୍ତୁତି

174

ପବିତ୍ର ପଣାସଂକ୍ରାନ୍ତି ଅବସରରେ ଘରେ ଘରେ ତିଆରି ହୋଇଥାଏ ପଣା । କେବଳ ଘରେ ନୁହଁ ବିଭିନ୍ନ ମନ୍ଦିରରେ ମଧ୍ୟ ପଣାଛତ୍ର ଖୋଲାଯାଏ । କାରଣ ଓଡିଶା ପରମ୍ପରାରେ ପଣାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତେବେ ପଣାସଂକ୍ରାନ୍ତିରେ କେତେ ପ୍ରକାର ପଣା ତିଆରି କରିପାରିବେ ଜାଣନ୍ତୁ !

୧.ବେଲପଣା-

ଆବଶ୍ୟକୀୟ ସାମଗ୍ରୀ – ଗୋଟିଏ ପାଚିଲା ବେଲ,୨୫୦ ଗ୍ରାମ ଚିନି, ଟିକେ ଗୋଲମରିଚ ଗୁଣ୍ଡ,୨୫୦ ଗ୍ରାମ ଦହି,୫୦ ଗ୍ରାମ ଛେନା, ୩ ରୁ ୪ଟି କଦଳୀ।

କିପରି ତିଆରି କରିବେ – ଏକ ପାତ୍ରରେ ଚାରି ଗ୍ଲାସ୍ ପାଣି ନିଅନ୍ତୁ । ଏଥିରେ ଗୋଟିଏ ପାଚିଲା ବେଲର ଶଶ ବାହାର କରି ଭଲ ଭାବରେ ମିଶାନ୍ତୁ  । ତାପରେ ଏହି ମିଶ୍ରଣରେ ଚିନି, ଦହି,ଛେନା ଓ ପାଚିଲା କଦଳୀକୁ ଏକାଠି ମିଶାନ୍ତୁ । ତାପରେ ଚିମୁଟାଏ ଗୋଲମରିଚ ମିଶାନ୍ତୁ  ।

୨.ଭାଙ୍ଗପଣା-

ଆବଶ୍ୟକୀୟ ସାମଗ୍ରୀ- ୩ ଗ୍ଲାସ ପାଣି,୧ କପ ଛେନା, ୨ ଟି କଦଳୀ, ନଡିଆ, କ୍ଷୀର, ଖୁଆ ଅଧ କପ୍ ଓ ଚିମୁଟାଏ ଗୋଲମରିଚ ଗୁଣ୍ଡ

କିପରି ତିଆରି କରିବେ – ଗୋଟିଏ ପାତ୍ରରେ ୩ ଗ୍ଲାସ ପାଣି ନିଅନ୍ତୁ । ଏଥିରେ ଛେନା, କଦଳୀ, ନଡିଆ, ଖୁଆ, କ୍ଷୀର, ଗୋଲମରିଚ ଗୁଣ୍ଡ ଆଦି ଏକାଠି ମିଶାଇ ଭାଙ୍ଗପଣା ତିଆରି କରନ୍ତୁ ।

୩.ଛତୁଆ ପଣା-
ଆବଶ୍ୟକୀୟ ସାମଗ୍ରୀ- ଦୁଇ କପ ଛତୁଆ,ଏକ କପ କ୍ଷୀର, କିଛି ଛେନା, ଆବଶ୍ୟକୀୟ ପରିମାଣର ଚିନି

କିପରି ତିଆରି କରିବେ -୨ କପ୍ ଗହମ ଛତୁଆରେ ଦୁଇ କପ କ୍ଷୀର, ଏକ କପ୍ ଦହି, କିଛି ଛେନା ଓ ଆବଶ୍ୟକୀୟ ପରିମାଣର ଚିନି ମିଶାଇ ଛତୁଆ ପଣା ତିଆରି କରନ୍ତୁ ।

୪.କଦଳୀ ପଣା-
ଆବଶ୍ୟକୀୟ ସାମଗ୍ରୀ-୪ ଟି କଦଳୀ, ଅଧା କପ ନଡିଆ , ଫାଳେ ସେଓ ଏବଂ ଚିନି

କିପରି ତିଆରି କରିବେ – ଗୋଟିଏ ପାତ୍ରରେ ୪ ଟି କଦଳୀ, ଅଧା କପ ନଡିଆ, କଟା ସେଓ, କଟା କମଳା ଓ ଆବଶ୍ୟକ ଅନୁଯାୟୀ ଚିନି ମିଶାନ୍ତୁ । ଏବେ ତିଆରି ହୋଇଗଲା କଦଳୀ ପଣା । ନିଜେ ପିଅନ୍ତୁ ଓ ଅନ୍ୟକୁ ପିଆନ୍ତୁ ।

୫.ଅଧର ପଣା- ସମସ୍ତ ପ୍ରକାର ଫଳ ଯଥା କମଳା, ଅଙ୍ଗୁର, ସେଓ, କଦଳୀ, ନଡିଆ, କିସମିସ, କାଜୁ, ଚେରୀ
ଆଦିକୁ ନେଇ ତିଆରି ହୋଇଥାଏ । ଏହି ପଣା ମହାପ୍ରଭୂ ଜଗନ୍ନାଥଙ୍କର ପ୍ରିୟପଣା ବୋଲି ମଧ୍ୟ କୁହାଯାଏ ।