କନକ ବ୍ୟୁରୋ : ଏବେ ଚାଲିଛି ସେଲଫି ଯୁଗ । କୌଣସି ସ୍ଥାନକୁ ଗଲେ କେହି ସେଲଫି ନେବା ପାଇଁ ଭୁଲିନଥାନ୍ତି । କିନ୍ତୁ ସେହି ସେଲଫି ବେଳେ ବେଳେ ସାଜିଥାଏ ମୃତ୍ୟୁର କାରଣ । ଆପଣ ଶୁଣିଥିବେ ସେଲଫି ନିଶାରେ କେତେବେଳେ ନଦୀରେ ଭାସଗଲେଣି ତ କେତେବେଳ ହିଂସ୍ରଜନ୍ତୁ କବଳରେ ପଡ଼ୁଛି ଜୀବନ । ତଥାପି ସେଲଫି ନିଶା ଛାଡ଼ୁନି । ନିକଟରେ ପୁଣି ଏପରି ଏକ ଘଟଣା ଘଟିଛି ।
ସେଲଫି ହେଲା କାଳ । ନଦୀରେ ଭାସିଗଲେ ୨ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଜୁରାଟ ଗାନ୍ଧୀନଗର ନବୋଇ ଅଂଚଳରେ । ସୂଚନା ଅନୁଯାୟୀ ୨ଜଣ ଯୁବକ ସ୍ଥାନୀୟ ଅଂଚଳର ନର୍ମଦା ନଦୀ ଉପରେ ସେଲଫି ନେଉଥିଲେ । ସେହି ସମୟରେ ଜଣେ ଯୁବକଙ୍କ ଗୋଡ ଖସିଯିବାରୁ ନଦୀରେ ପଡିଯାଇଥିଲେ । ତାକୁ ବଂଚାଇବାକୁ ଯାଇ ଅନ୍ୟ ଯୁବକ ଜଣଙ୍କ ପାଣିକୁ ଡେଇଁଥିଲେ । ହେଲେ ନଦୀର ସ୍ରୋତ ଏତେ ପ୍ରୋଖର ଥିଲା ଯେ ୨ଜଣ ଯୁବକ ନିଜକୁ ବଂଚାଇନପାରି ବୁଡିଯାଇଥିଲେ ।
ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକ ତାଙ୍କୁ ଉଦ୍ଧାର କରିବାରେ ଅକ୍ଷମ ହୋଇପଡିଥିଲେ । ପରେ ଗାନ୍ଧୀନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଂହଚ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏବେ ପର୍ଯ୍ୟନ୍ତ ସେମାନଙ୍କ ପତା ମିଳିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/selfie.jpg)