ଘାଟିରେ ଓଲଟିଲା ବରଯାତ୍ରୀ ଗାଡି : ଦୁର୍ଘଟଣାରେ ୨ ମୃତ ୩୦ ଆହତ, ଜୟପୁର ବୋଡିଗାଁରୁ ମୁଣ୍ଡିଗୁଡାକୁ ୪୦୭ ରେ ଯାଉଥିଲେ ୩୫ ରୁ ଅଧିକ ବରଯାତ୍ରୀ

537

କନକ ବ୍ୟୁରୋ : କନକ ବ୍ୟୁରୋ : ଘାଟିରେ ଓଲଟିଲା ବରଯାତ୍ରୀ ଗାଡି । ଦୁର୍ଘଟଣାରେ ୨ ମୃତ ୩୦ ଆହତ । ଆହତମାନଙ୍କୁ କୁମୁଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ଗୁରୁମାଇ ଗୁଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବୋଡିଗାଁରୁ ମୁଣ୍ଡିଗୁଡାକୁ ୩୫ ଜଣ ବରଯାତ୍ରୀଙ୍କୁ ନେଇ ଏକ ୪୦୭ ଗାଡ଼ି ବାହାଘରକୁ ଯାଉଥିବା ବେଳେ ଗୁରୁମାଇ ଗୁଡ଼ା ଠାରେ ଭାର ସାମ୍ୟ ହରାଇ ଓଲଟି ପଡ଼ିଛି ।

ଗାଡ଼ିରେ ଥିବା ୩୫ଜଣଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ବର ଯାତ୍ରୀ ଗୁରୁତର ହୋଇଛନ୍ତି । ଗରୁତର ମାନଙ୍କୁ ଅଗ୍ନିଶମ ବିଭଗର ସହାୟତାରେ ନିକଟସ୍ଥ କୁମୁଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଛି । କରୋନା କଟକଣା ରହିଥିବା ବେଳେ ସାମାଜିକ ଦୂରତାକୁ ଫୁ କରି ୪୦୭ ଗାଡ଼ିରେ ୫୦ ଜଣ ବର ଯାତ୍ରୀ ବାହା ଘରକୁ ବାହାରିଥିଲେ କିନ୍ତୁ ଝିଅ ଘରେ ପହଚିଂବା ପୁର୍ବରୁ ଦୁର୍ଘଟଣା ଘଟିଛି ।