ଓଡ଼ିଶାରେ ଆଉ ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ ଓ ଭୁବନେଶ୍ୱରରେ ୨ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୪୪ ଛୁଇଁଲା ।

7,339

କନକ ବ୍ୟୁରୋ : ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ । ଢ଼େଙ୍କାନାଳ ଓ ଭୁବନେଶ୍ୱରରେ ଦୁଇ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ପ୍ରଥମ ଥର ପାଇଁ ଢ଼େଙ୍କାନାଳରେ ଜଣେ ଜଣେ ୫୧ ବର୍ଷୀୟ ମହିଳା କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଏଥିସହ ପଶ୍ଚିମବଙ୍ଗର ମେଦିନିପୁରରୁ ଆସି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୬୯ ବର୍ଷିୟ ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ଦୁଇଜଣ ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।

ରାଜ୍ୟରେ କାୟା ବିସ୍ତାର କରୁଛି । ବର୍ତ୍ତମାନ ୮ଟି ଜିଲ୍ଲାକୁ ବ୍ୟାପିଛି କରୋନ । ପ୍ରଥମେ ଲକଡାଉନ୍ , ତା’ପରେ ସଟଡାଉନ୍ ପରେ ବି କରୋନା ରୋଗୀ ସଂଖ୍ୟା ବଢ଼ିଚାଲିଛି ।