ବେଙ୍ଗାଲୁରୁରେ ଜନ୍ମଦିନ ପାର୍ଟିରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି । ଜନ୍ମଦିନ ପାର୍ଟିରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଟିକିଏ ଅସାବଧାନତା ଯୋଗୁଁ ପାର୍ଟିରେ ଚାଲିଗଲା ଦୁଇ ନାବାଳକଙ୍କ ଜୀବନ । ସୂଚନା ଅନୁସାରେ ଜନ୍ମଦିନ ପାର୍ଟିରେ ମସ୍ତୀ କରିବା ପାଇଁ ଆସି ଏକ ଛୋଟ ଭୁଲ ନେଇଗଲା ଜୀବନ । ୯ ବର୍ଷିୟ ଆର୍ଯ୍ୟନ୍ ଓ ୮ ବର୍ଷିୟ ସାହିଲ ଶଙ୍କର ଜନ୍ମଦିନ ଅବସରରେ କେକ କାଟି ଓ ଡିନର ଖାଇଥିଲେ । ଖାଇ ସାରିବା ପରେ ଉଭୟ ନାବାଳକ କୋଲ୍ଡ ଡ୍ରିଙ୍କ୍ ପିଇବା ପାଇଁ ଚାହିଁଥିଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା କୋଲ୍ଡ ଡ୍ରିଙ୍ଗ ବଦଳରେ ଗରେ ରଖା ହୋଇଥିବା ଏସିଡ଼୍ ବୋଟଲ ଉଠାଇନେଇଥିଲେ ଉଭୟ ବାଳକ ।

Advertisment

ଭୁଲବଶତଃ ଏସିଡ଼୍ ପିଇଗଲେ ଦୁଇ ନାବାଳକ । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ସାହିଲଙ୍କ ବାବା ଜଣେ ଜେରେ ଅଟନ୍ତି । ଘରର କିଛି କାମ ପାଇଁ ସେ ବୋତଲରେ ଏସିଡ଼ ରଖିଥିଲେ, କିନ୍ତୁ ତାଙ୍କର ଏହି ଛୋଟ ଭୁଲ କୁନି କୁନି ଶିଶୁଙ୍କ ଜୀବନ ନେଇଗଲା । ପୁଲିସ କହିବା ଅନୁସାରେ ସାହିଲର ବାପା ଜୁସ୍ ବୋଟଲରେ ଏସିଡ଼ ରଖିଥିଲେ, ଯାହା ଉଭୟ ଶିଶଉଙ୍କ ପାଇଁ କାଳ ହେଲା । ଅକାଳରେ ଦୁଇ ଶିଶୁ ଜୀବନ ଦୀପ ଲିଭିଗଲା ।