ଜାତୀୟ ସ୍ତରର ଫୁଟବଲ ଖେଳାଳିଙ୍କ ମୃତ୍ୟୁ ପରେ ଅଭାବନୀୟ ଘଟଣା । ଶବ ଦାବି କଲେ ଦୁଇ ଦାବିଦାର, ଦ୍ୱନ୍ଦ୍ୱରେ ପଡିଲେ ଓଏନଜିସି କର୍ତ୍ତୃପକ୍ଷ । ନୋମିନ ସ୍ଥାନରେ ଦ୍ୱିତୀୟ ପତ୍ନୀଙ୍କ ନାଁ ଥିବାରୁ ତାଙ୍କ ଉପସ୍ଥିତିରେ ହେଲା ଶବଦାହ ।

510

କନକ ବ୍ୟୁରୋ : ଆସାମା ସିଲଚରରେ ଆଖି ବୁଜିଛନ୍ତି ଓଡିଶାର ଜଣେ ଜାତୀୟ ସ୍ତରର ଫୁଟବଲ ଖେଳାଳୀ ଏ. ନରେଶ । ଓଏନଜିସିରେ ଚାକିରି କରୁଥିବା ଏହି ଖେଳାଳୀ ଅନେକ ଅନ୍ତର୍ଜାତୀୟ ମ୍ୟାଚରେ ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି । ହେଲେ ଗତ ୧୦ ତାରିଖରେ ସନ୍ଦେହଜନକ ଭାବେ ତାଙ୍କର ଦେହାନ୍ତ ହୋଇଛି । ଆଉ ତାଠାରୁ ସମ୍ବେଦେନଶୀଳ ଘଟଣାଟି ହେଉଛି ଖେଳାଳୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିନାହାନ୍ତି ପରିବାର ଲୋକ । ଏବେ କରୋନା ସଂକ୍ରମଣ କାରଣରୁ ଅନେକ କଟକଣା ରହିଛି ।

ଆଉ ସେଥିପାଇଁ ପୁଅର ଅନ୍ତ୍ୟେଷ୍ଟିକୁ ଭିଡିଓ କଲ ଜରିଆରେ ସିଧା ଦେଖିଛନ୍ତି ବାପା ମା । ଏଥିପାଇଁ ନରେଶ କାମ କରୁଥିବା ଓଏନଜିସି କର୍ତ୍ତୃପକ୍ଷ ବନ୍ଦୋବସ୍ତ କରିଥିଲେ । ଆସାମର ସିଲଚର ଗ୍ରୀନ ହିଲ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା । ଆଉ ହସ୍ପିଟାଲରେ ୨ ଦିନ ଧରି ପଡିରହିଥିଲା ମୃତଦେହ । ମୃତ୍ୟୁଖବର ପାଇବା ପରେ ପରିବାର ଲୋକ ମୃତଦେହ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବି ସାହାଯ୍ୟ ଲୋଡିଥିଲେ । ହେଲେ ଶବ ଫେରିପାଇବା କାଠିକର ପାଠ ହୋଇପଡିଥିଲା ।

ମୃତକ ୨୦୧୨ରେ ସେ ଭଂଜନଗରରେ ବିବାହ କରିଥିଲେ । ତାଙ୍କର ୪ ବର୍ଷର ଝିଅଟିଏ ମଧ୍ୟ ରହିଛି । ବାହାଘର ୨ ବର୍ଷ ପରେ ମିଜୋରାମ ଖେଳିବାକୁ ଯାଇଥିଲେ ଏ.ନରେଶ । ସେଠାରେ ଜଣେ ଯୁବତୀକୁ ଭଲ ପାଇ ବିବାହ କରିଥିଲେ । କିଛି ଦିନ ପରେ ପରିବାର ଲୋକ ଏନେଇ ଜାଣିବାକୁ ପାଇଲେ । ବଡ କଥା ହେଉଛି ଏବେ ନରେଶଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହର ରହିଲେ ୨ ଜଣ ଦାବିଦାର । ପ୍ରଥମ ଦାବିଦାର ହେଉଛନ୍ତି ପରିବାର ଲୋକଙ୍କ ସହ ଭଂଜନଗରରେ ଥିବା ପ୍ରଥମ ସ୍ତ୍ରୀ ଓ ଦ୍ୱିତୀୟ୍ର ଦାବିଦାର ହେଉଛନ୍ତି ମିଜୋରାମରେ ଥିବା ଦ୍ୱିତୀୟ ପତ୍ନୀ । ଏହାକୁ ଦ୍ୱନ୍ଦ୍ୱରେ ପଡିଯାଇଥିଲେ ମେଡିକାଲ କତୃପକ୍ଷ ଓ ଓଏନଜିସି । ତେବେ ନୋମିନିଙ୍କ ସ୍ଥାନରେ ଦ୍ୱିତୀୟ ସ୍ତ୍ରୀଙ୍କ ନାଁ ଥିବାରୁ ଅଫିସ ପକ୍ଷରୁ ତାଙ୍କୁ ମୃତଦେହ ଦେବାକୁ ନିଷ୍ପତି କରାଯାଇଥିଲା । ଶେଷରେ ଓଏନଜିସି କତୃପକ୍ଷଙ୍କ ସହଯୋଗରେ ଦ୍ୱିତୀୟ ପତ୍ନୀଙ୍କ ଉପସ୍ଥିତିରେ ଆସାମରରେ ନରେଶଙ୍କ ଶେଷକୃତ୍ୟୃ କରାଯାଇଥିଲା । ଆଉ ଭଂଜନଗରରେ ଥିବା ପରିବାର ଶେଷକୃତ୍ୟର ସିଧା ଦୃଶ୍ୟ ଭିଡିଓ କଲ ମାଧ୍ୟମରେ ଦେଖିଥିଲେ ।