କଳାହାଣ୍ଡିରେ ୨ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ସିଡିଏମଓଙ୍କ ସୂଚନା । କଟକରେ ୯୨ ନୂଆ ପଜିଟିଭ୍ ଚିହ୍ନଟ , ନିଶ୍ଚିନ୍ତକୋଇଲିରେ ସର୍ବାଧିକ ୪୩ ଜଣ ଓ ନରସିଂହପୁରରୁ ୧୬ ଜଣ ହୋଇଥିବା ଜିଲ୍ଲା ପ୍ରଶାସନର ସୂଚନା

344

କନକ ବ୍ୟୁରୋ : କଳାହାଣ୍ଡିରେ ଦୁଇ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୨ ମହିଳା ଡାକ୍ତର ପଜିଟିଭ ଥିବା ଜଣାପଡିଛି । ଏନେଇ କଳାହାଣ୍ଡି ସିଡିଏମଓ ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ଚିକିତ୍ସା କରିବାବେଳେ ସେମାନେ ସଂକ୍ରମିତ ହୋଇଥିବା ସିଡିଏମଓ କହିଛନ୍ତି । ସେପଟେ କଟକ ଜିଲ୍ଲାରେ ଗୋଟିଏ ଦିନରେ ୯୨ କରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ମଧ୍ୟରୁ ନିଶ୍ଚିନ୍ତକୋଇଲି ବ୍ଲକରୁ ସର୍ବାଧିକ ୪୩, ନରସିଂହପୁର ବ୍ଲକରୁ ୨୬ ଜଣ, ନିଆଳିରେ ୧୧, ସାଲେପୁର ୨, ମାହାଙ୍ଗା ୫, ଡମପଡାରେ ୪, ସିଏମସିରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ଦିନରେ ଏତେ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଅନ୍ୟପଟେ ଗତକାଲି ସକାଳେ ରାଜ୍ୟରେ ୧୧୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ୧୧୨ ପଜିଟିଭଙ୍କ ମଧ୍ୟରେ ସଂଗରୋଧ କେନ୍ଦ୍ରରୁ ୧୦୭ ଏବଂ ସ୍ଥାନୀୟ ଅଂଚଳରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ସର୍ବାଧିକ ୧୫ ଜଣ . ଖୋର୍ଦ୍ଧାରୁ ୮, ଅନୁଗୁଳ ଓ ଗଂଜାମରୁ ୬, ଗଜପତି, ସଂବଲପୁର, କେନ୍ଦୁଝରରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ଗତକାଲି ôରାଜ୍ୟରେ ୧୨୦ ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ସେପଟେ ଆଉ ଜଣକ ମୃତ୍ୟୁ ସହ ମୋଟ୍ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।