ଟାଙ୍ଗୀ ଅଞ୍ଚଳରେ ହାତୀ ଆକ୍ରମଣରେ ୨ ମୃତ, ଜଣେ ଗୁରୁତର

Advertisment
ପିପିଲିରେ ହାତୀ ଉତ୍ପାତ । ଘଣ୍ଟାକରେ ଦୁଇଜଣଙ୍କୁ ଦଳି ମାରିଲା ଦନ୍ତା । କାବୁ କରିବାକୁ ନାକେଦମ ବନବିଭାଗ

କନକ ବ୍ୟୁରୋ : ହାତୀ ଆକ୍ରମଣରେ ୨ ମୃତ ।  ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ଗତକାଲି ରାତିରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ ଟାଙ୍ଗୀ ରେଞ୍ଜର ହଜ ନିକଟ କଲରାଝର ଗାଁ’ରେ ଗତକାଲି ରାତିରେ ହାତୀ ପଶି ଆକ୍ରମଣ କରିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ରାତିରେ ଘରେ ଶୋଇଥିବା ବେଳେ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଗାଁ’ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe