ପୁଲୱାମା ବିସ୍ଫୋରଣ ସହ ସମ୍ପୃକ୍ତ ଦୁଇ ଆତଙ୍କବାଦୀ ନିହତ ! ଲୁଚିଥିବା କୋଠାକୁ ବିସ୍ଫୋରଣ କରି ଉଡାଇଲା ସେନା

743

କନକ ବ୍ୟୁରୋ : ପୁଲୱାମା ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଛି ଭାରତୀୟ ସେନା । ଶେଷରେ ମଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ଆତଙ୍କବାଦୀଙ୍କୁ ନିହତ କରିବା ପାଇଁ ଲୁଚିଥିବା କୋଠାକୁ ବିସ୍ପୋରଣ କରି ଉଡାଇ ଦେଇଛି ସେନା । ତେବେ ଏହି ଆତଙ୍କବାଦୀଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । ଏହି ଦୁଇଜଣ ପୁଲୱାମା ୧୪ତାରିଖ ବିସ୍ଫୋରଣ ଘଟଣାରେ ଜଡିତ ଦୁଇ ଆତଙ୍କବାଦୀ କାମରାନ ଓ ଗାଜି ରସିଦ୍ ବୋଲି ଅନୁମାନ କରାଯାଉଛି  । ଏବେ ବି ପୁଲୱାମାର ପିଙ୍ଗଲିନାରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି ସେନା ।

ସୂଚନାଯୋଗ୍ୟ ଆଜି ପୁଲୱାମାରେ ପୁଣି ୫ଯବାନ ସହିଦ୍ ହୋଇଛନ୍ତି । ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଗୁଳିବିନିମୟରେ ଜଣେ ମେଜର ସମେତ ୫ ଜଣ ଯବାନ ସହିଦ୍ ହୋଇଛନ୍ତି । ଏହା ସହିତ ୨ଜଣ ସ୍ଥାନୀୟ ଲୋକଙ୍କର ମଧ୍ୟ ଗୁଳିବିନିମୟରେ ମୃତ୍ୟୁବରଣ ହୋଇଥିବା ଜଣାପଡିଛି । ପିଙ୍ଗଲିନା ଅଂଚଳରେ ପୁଲୱାମା ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ଜୈଶ-ଇ-ମହମ୍ମଦ କମାଣ୍ଡର ଆତଙ୍କବାଦୀ ଗାଜି ରସିଦ ଲୁଚିରହିିଥିବା ସୂଚନା ମିଳିବା ପରେ ସଂପୃକ୍ତ ଅଂଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା । ଗୁରୁବାର ଦିନ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାସ୍ଥଳଠାରୁ ୬ରୁ ୮ କିଲୋମିଟର ଦୂରରେ ଏହି ଗୁଳିବିନିମୟ ହୋଇଥିଲା । ମାତ୍ର ପାଂଚଦିନ ଭିତରେ କଶ୍ମୀରରେ ୪୬ ଜଣ ଯବାନ ସହିଦ୍ ହୋଇଛନ୍ତି । ୧୪ତାରିଖରେ ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ଜଣ ଯବାନ ସହିଦ୍ ହୋଇଥିଲେ । ଠିକ୍ ଏହାର ଦୁଇ ଦିନ ପରେ ୧୬ତାରିଖରେ ନୌସେରାରେ ଆଇଡି ବିସ୍ଫୋରଣରେ ଜଣେ ମେଜର ସହିଦ୍ ହୋଇଥିଲେ ।