କେନ୍ଦ୍ରାପଡା ବନ୍ଧସାହିରୁ ଆସିଲା ଦୁଃଖଦ ଖବର : ସାପକାମୁଡ଼ାରେ ଗୋଟିଏ ପରିବାରର ଦୁଇ ଭାଇଙ୍କ ମୃତ୍ୟୁ

37

କନକ ବ୍ୟୁରୋ : ସାପ କାମୁଡ଼ାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ବନ୍ଧସାହିରୁ ଆସିଛି ଏପରି ଦୁଃଖଦ ଖବର । ଗୋଟିଏ ପରିବାରର ଦୁଇ ଭାଇଙ୍କୁ ସାପ କାମୁଡ଼ିିବାରୁ ମୃତ୍ୟୁ ହୋଇଛି । ରାତିରେ ଶୋଇଥିବା ବେଳେ ଦୁଇ ଭାଇଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ତୁରନ୍ତ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ ରାଜ୍ୟରେ ସାପକାମୁଡ଼ା ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢ଼ିଚାଲିଛି । ସର୍ପ ଦଂଶନରେ ପ୍ରତିବର୍ଷ ଶହଶହ ଲୋକଙ୍କର ଅକାଳ ମୃତ୍ୟୁ ହୁଏ । ତେବେ ସାପ କାମୁଡ଼ିବା ଯୋଗୁଁ ଯେତିକି ଲୋକଙ୍କ ମୃତ୍ୟୁ ହୁଏନି, ସାପ କାମୁଡ଼ିବା ପରେ ତୃଟିପୂର୍ଣ୍ଣ ପ୍ରାଥମିକ ଚିକିତ୍ସା ପାଇଁ ତା’ଠୁ ଅଧିକ ଲୋକଙ୍କ ମୃତ୍ୟୁ ହୁଏ । ତେଣୁ ଲୋକଙ୍କୁ ଏ ସମ୍ବନ୍ଧରେ ସଚେତନ କରିବା ପାଇଁ ରାଜ୍ୟରେ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ସାପ ଏବଂ ସାପ କାମୁଡ଼ା ପରେ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ଲୋକଙ୍କୁ ପୋଷ୍ଟର ମାଧ୍ୟମରେ ସଚେତନ କରାଯାଉଛି।