ନାରୀ ନିର୍ଯାତନା ରୋକିବ ଏସପିଓ : ଅବୈତନିକ ଭାବେ ପୋଲିସକୁ ସହଯୋଗ କରିବ ସ୍ପେଶାଲ ପୋଲିସ୍ ଅଫିସର ଟିମ, ଆବଶ୍ୟକ ସ୍ଥଳେ ଅପରାଧୀଙ୍କୁ ଗିରଫ କରିପାରିବେ ଟିମର ସଦସ୍ୟ

201

କନକ ବ୍ୟୁରୋ : ସାଧାରଣ ମହିଳାଙ୍କୁ ନେଇ ଗଠନ ହେଲା ସ୍ପେଶାଲ ପୋଲିସ୍ ଅଫିସର ଟିମ୍ (ଏସପିଓ) । ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନାକୁ ରୋକିବ ଏସପିଓ ।  ତିନି ମାସ ପାଇଁ ସାଧାରଣ ମହିଳାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକାଳ ବଢିପାରେ । ଜଣେ ପୋଲିସ କର୍ମଚାରୀର ଯେତିକି କ୍ଷମତା ରହିଛି ଏହି ଟିମର ସଦସ୍ୟଙ୍କୁ ମଧ୍ୟ ସମାନ କ୍ଷମତା ପ୍ରଦାନ କରାଯାଇଛି । ପୋଲିସର ଆଖି କାନ ହୋଇ ନିର୍ଯାତିତ ମହିଳାଙ୍କ କଥା ବୁଝିବେ ଏସପିଓ ଟିମର ସଦସ୍ୟ ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗ ।

ମହିଳା ସଶକ୍ତିକରଣ ଉପରେ କମିଶନରେଟ ପୋଲିସ ଗୁରୁତ୍ୱ । ଏଣିକି ଟ୍ୱିନି ସିଟରେ ମହିଳାଙ୍କୁ ସୁରକ୍ଷା ଦେବେ ଯୁବତୀ । ଆବଶ୍ୟକ ସ୍ଥଳେ ଅପରାଧୀଙ୍କୁ ଗିରଫ କରିପାରିବେ ଟିମର ସଦସ୍ୟ । ଅବୈତନିକ ଭାବେ ପାଲିସକୁ ସହଯୋଗ କରିବେ ସ୍ପେଶାଲ ପୋଲିସ୍ ଅଫିସର ଟିମ । ଏହି ଟିମରେ ୨୫୦ରୁ ଅଧିକ ମହିଳା ଯୋଗ ଦେଇଛନ୍ତି । କଟକ ଓ ଭୁବନେଶ୍ୱରର ୫୬ରୁ ଅଧିକ ଅନୁଷ୍ଠାନର ମହିଳା ଏହି ଟିମରେ ସାମିଲ ହୋଇଛନ୍ତି । ବିଭିନ୍ନ ଆଇଟି, କଲ ସେଣ୍ଟର ଓ କଲେଜର ଯୁବତୀ ଏହି ଟିମରେ ଅଛନ୍ତି । କାହାକୁ ସୁରକ୍ଷା ଦରକାର, କେଉଁଠି ନାରୀ ଉପରେ ଅତ୍ୟାଚାର ହେଉଛି, ସେସବୁ ଉପରେ କଡ଼ା ନଜର ରହିବ । ମହିଳା ଶସକ୍ତିକରଣ ଏହାର ମୁଖ୍ୟ । କେଉଁ ସ୍ଥାନରେ ପୋଲିସ ପାଟ୍ରୋଲିଂ ଆବଶ୍ୟକ , ସେନେଇ ମଧ୍ୟ ଟିମର ସଦସ୍ୟମାନେ ପୋଲିସକୁ ପରାମର୍ଶ ଦେଇପାରିବେ । ତେବେ ପ୍ରାଥମିକ ପର୍ଯ୍ୟାୟରେ ଏସପିଓମାନଙ୍କୁ ପଚିଚୟ ପତ୍ର ଓ ଟି ସାର୍ଟ ପ୍ରଦାନ କରିଛନ୍ତି କମିସନର୍  । ଯେଉଁ ମାନଙ୍କର ଫଟୋ ନାହିଁ ତାଙ୍କୁ ପରେ ପରିଚୟପତ୍ର ପ୍ରଦାନ କରାଯିବ ବୋଲି ମଧ୍ୟ ପୁଲିସ କମିସନର ।

ଗୁରୁବାର କମିଶନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏସ୍‌ପିଓଙ୍କୁ ନିଯୁକ୍ତି ଦିଆଯାଇଛି । ମହିଳାଙ୍କ ପାଇଁ, ମହିଳାଙ୍କ ସୁରକ୍ଷା ପାଇଁ  ଓ ସମାଜ ପାଇଁ କାମ କରିବାକୁ ଟିମକୁ ପରାମର୍ଶ ଦିଆଯାଇଛି । ମହିଳା ସୁରକ୍ଷା ଓ ଶସକ୍ତିକରଣ ଦିଗରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ । ସାରା ଦେଶରେ ଲୋକେ ଏହି ବ୍ୟବସ୍ଥିତିକୁ କିପରି ଏକ ମଡ଼େଲ ଭାବେ ଗ୍ରହଣ କରିବେ ସେ ଦିଗରେ ଚେଷ୍ଟା କରିବା ବୋଲି କହିଛନ୍ତି ସିପି ।

Comments are closed.