କଣ୍ଟେନମେଣ୍ଟ୍ ଜୋନ ମୁକ୍ତ ହେବା ପରେ ରାଜଧାନୀରେ ଯାଞ୍ଚ କଡାକଡି : ବମିଖାଲରେ ଗାଡି ଚେକିଂ କରୁଛି ପୋଲିସ, ସେପଟେ କଟକରେ ବି ଯାଞ୍ଚ କଡାକଡି

1,181

କନକ ବ୍ୟୁରୋ : ଭୁବନେଶ୍ୱରର କଣ୍ଟେନମେଣ୍ଟ୍ ମୁକ୍ତ ଅଞ୍ଚଳ ହେବା ପରେ ସତ୍ୟନଗର, ସୂର୍ଯ୍ୟନଗର, ଓ ବମିଖାଲରେ ଯାଞ୍ଚ କଡାକଡି ହୋଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆ ଯିବା ପରେ ଆଜି ଏହି ଅଂଚଳ ଗୁଡିକରେ ଯାଞ୍ଚ ବ୍ୟବସ୍ଥା କଡାକଡି ରହିଛି । ସକାଳେ ଯିଏ ମଧ୍ୟ ପଦାକୁ ବାହାରୁଛନ୍ତି ସମସ୍ତଙ୍କର କଡା ଯାଞ୍ଚ ହେଉଛି ।

ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳ ଉପରେ ତୀକ୍ଷଣ ନଜର ରଖିବ ପ୍ରଶାସନ । ସବୁଠୁ ବଡ କଥା ହେଲା ଗତ ସାତ ଦିନ ମଧ୍ୟରେ ଭୁବନେଶ୍ୱରରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ବିଏମସି କଣ୍ଟେନମେଣ୍ଟ୍ ମୁକ୍ତ ଅଂଚଳ କରିବାକୁ ନିଷ୍ପତି ନେଇଛି ।

ସେପଟେ କଟକରେ ଚେକିଂକୁ ପୁଣି କଡାକଡି କରାଯାଇଛି । କିଛିଦିନ ପୂର୍ବରୁ ତାଲାବନ୍ଦ କଟକଣାକୁ ସାମାନ୍ୟ କୋହଳ କରାଯାଇଥିଲା । ମାତ୍ର କିଛି ସ୍ଥାନରେ ଗହଳି ବଢିବାରୁ ଓ ରାସ୍ତା ଉପରେ ଗାଡି ଚାଳକ ଅମାନିଆ ହେବାରୁ ପୁଣି ଗାଡି ଚେକିଂକୁ କଡାକାଡି କରାଯାଇଛି ।