କେବଳ ଯେ ସାଧାରଣ ଲୋକ ତା ନୁହଁ ସେଲିବ୍ରିଟି ମାନେ ମଧ୍ୟ ଯୌନ ଶୋଷଣର ଶିକାର ହେଉଛନ୍ତି । ଏପରି ଏକ ଘୃଣ୍ୟ ଘଟଣାର ଶିକାର ହୋଇଛନ୍ତି ଟେଲିଭିଜନ ଅଭିନେତ୍ରୀ ଟିନା ଦତ୍ତ । ନିକଟରେ ଟିନା ଏକ ଇଭେଣ୍ଟରେ ଯୋଗଦେବା ପାଇଁ ମୁମ୍ବାଇରୁ ରାଜକୋଟ ଯାଉଥିବା ବେଳେ ଫ୍ଲାଇଟରେ ତାଙ୍କ ସହ ଦୁର୍ବ୍ୟବହାର ହୋଇଥିଲା । ପାଖରେ ବସିଥିବା ଜଣେ ସହଯାତ୍ରୀ ବାରମ୍ବାର ତାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ । ଏନେଇ ସେ ଅଭିଯୋଗ କରିବା ପରେ ବିମାନ କର୍ମଚାରୀ କେବଳ ଉକ୍ତ ବ୍ୟକ୍ତିଙ୍କ ସିଟþ ବଦଳାଇ ଦେଇଥିଲେ ।
ଏକଥାକୁ ସେ ସୋସିଆଲ ମଡିିଆରେ ପ୍ରକାଶ କରିବା ସହ ଘଟଣାକୁ ନିନ୍ଦା କରିଛନ୍ତି । କହିଛନ୍ତି, ଘଟଣା ପରେ ସେ ବହୁକଷ୍ଟରେ କ୍ୟାପଟେନଙ୍କ ସହ ଏ ବିଷୟରେ କଥା ହୋଇ ପାରିଥିଲେ । ତେବେ ଅଭିଯୋଗ ଶୁଣି କ୍ୟାପଟେନ୍ କେବଳ ଉକ୍ତ ବ୍ୟକ୍ତିଙ୍କ ସିଟþ ବଦଳାଇବା ବ୍ୟତୀତ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନେଲେ ନାହିଁ କାହିଁକି ବୋଲି ସେ ଏୟାରବେଜଙ୍କୁ ପ୍ରଶ୍ନ କରିଛନ୍ତି ।
ଟେଲିଭିଜନ ଜଗତରେ ଟିନା ଦତ୍ତା ଉତରନ୍ ସିରିdଲ ପାଇଁ ବେଶ ଜଣାଶୁଣା । ତାଙ୍କର ଏହି ସୋ ପାଇଁ ସେ ଘରେ ଘରେ ଇଚ୍ଛା ନାଁରେ ଚର୍ଚ୍ଚିତ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/u.jpg)