କନକ ବ୍ୟୁରୋ : ପ୍ରବାସୀ ଓଡିଆ ଫେରିବା ପ୍ରକ୍ରିୟା ଜାରି ରହିଛି । ହେଲେ ସବୁ ଶ୍ରମିକ ଏକାଥରେ ଘରକୁ ଫେରି ଆସିଲେ ସେମାନଙ୍କୁ ରଖିବା କଷ୍ଟକର ହୋଇପଡିବ । ଏତେ ସଂଖ୍ୟକ ଶ୍ରମିକ ସଙ୍ଗରୋଧରେ ରହିବେ କେଉଁଠି । ଏନେଇ ଚିନ୍ତା ପ୍ରକଟ କରିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀକୁ ଫେରିବେ ପ୍ରାୟ ୧୨ ରୁ ୧୪ ହଜାର ପ୍ରବାସୀ ଓଡିଆ ।
ଘରକୁ ଫେରିବା ପାଇଁ ଉଦ୍ୟମ କରୁଥିବା ଶ୍ରମିକ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ସେମାନଙ୍କୁ ରଖିବା ପାଇଁ କ୍ୱାରେଣ୍ଟିନ୍ ସେଂଟର କରାଯାଇଛି । କାକଟପୁରକୁ ୧୨ ହଜାରରୁ ଅଧିକ ଶ୍ରମିକ ଫେରିବାକୁ ଥିବା ବେଳେ ମାତ୍ର ୧୫ଶହ ବେଡର ବ୍ୟବସ୍ଥା କରାଯାଇଛି । କାକଟପୁର ନିର୍ବାଚନ ମଣ୍ଡଳୀରେ ୪୫ଟି ପଂଚାୟତ ଓ କୋଣାର୍କ ଏନଏସିକୁ ମିଶାଇ ୧୫ଶହ ବେଡ ହୋଥିବା ବେଳେ ଯଦି ଏକାସାଙ୍ଗରେ ୩-୪ ହାଜର ଶ୍ରମିକ ଆସନ୍ତି ସେମାନେ କେଉଁଠି ରହିବେ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/TUSAR.jpg)